Odiapua.com

ପୁରୀରେ ମହର୍ଷି ମହେଶ ଯୋଗୀଜୀଙ୍କ ୧୦୪ ତମ ଜନ୍ମୋତ୍ସବ ପାଳିତ

ପୁରୀ, ୧୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମହର୍ଷି ମହେଶ ଯୋଗୀଜୀଙ୍କ ୧୦୪ ତମ ଜନ୍ମୋତ୍ସବ ସମାରହୋ ପୂର୍ବକ ପୁରୀରେ ପାଳିତ ହୋଇଛି।ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ନବ ଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ସପ୍ତମ ଦିବସ ଉତ୍ସବ ସ୍ଥଳରେ ମହର୍ଷି ମହେଶ ଯୋଗୀଜୀଙ୍କ ୧୦୪ ତମ ଜନ୍ମୋତ୍ସବ ପାଳିତ ହୋଇଛି ଏଥିରେ ଉତ୍କଳ ପୀଠଧୀଶ୍ୱର ଜଗତଗୁରୁ ଶ୍ରୀ ରାମନନ୍ଦାଚାର୍ଯ୍ୟ ସ୍ୱାମୀ ଅରୂପାନନ୍ଦାଚାର୍ଯ୍ୟ ଜୀ ମହାରାଜ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମହର୍ଷିଙ୍କ ପ୍ରଚେଷ୍ଟା ଫଳରେ ବ୍ରାହ୍ମଣ ମାନଙ୍କ ଦ୍ୱାରା ବେଦ ସୁରକ୍ଷିତ ଅଛି ଏବଂ ପ୍ରତ୍ୟେକ ଗ୍ରାମରେ ଗୋଶାଳା ନିର୍ମାଣ ହେଉ ଏବଂ ପ୍ରତ୍ୟେକ ଘରେ ଗୋସେଵା କରାଯିବା ସହିତ ରାମାୟଣ ପାଠ କରାଯାଇ ପାରିଲେ ସଦାସର୍ବଦା ସନାତନ ଧର୍ମ ସୁରକ୍ଷିତ ରହିବା ସହିତ ମହର୍ଷି ମହେଶ ଯୋଗୀଜୀଙ୍କ ସ୍ବପ୍ନ ସାକାର ହୋଇ ବେଦ ସୁରକ୍ଷିତ ରହିବ।ଓଡିଶା ଗ୍ରାମ ମାନଙ୍କରେ ଭାଗବତ ଟୁଙ୍ଗି ଅଛି ହେଲେ ରାମାୟଣ କିମ୍ବା ଭାଗବତ ପଢା ଯାଉନାହିଁ ତାହା ଦୁର୍ଭାଗ୍ୟ ଜନକ।ସେହି ସ୍ଥାନରେ କ୍ଲବ ଗଠନ କରାଯାଇ ମାଦକ ଦ୍ରବ୍ୟ ସେବନରେ ଯୁବ ପିଢ଼ି ନିଜକୁ ନିୟୋଜିତ କରିଛନ୍ତି ଯାହା ସମାଜ ପାଇଁ ହାନିକାରକ।ଯୁବପିଢ଼ି ନିଶା ଠାରୁ ଦୁରେଇ ମହର୍ଷିଙ୍କ ମାର୍ଗ ଦର୍ଶନ ଅନୁଯାୟୀ ବେଦ ଅଧୟନ କରିବା ସହିତ ଗୋସେଵା କରିଲେ ରାମ ରାଜ୍ୟ ଗଠନ ହୋଇପାରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।ଗୋମାତାଙ୍କୁ ରାଷ୍ଟ୍ର ମାତା ଘୋଷିତ କରାଯାଉ।

ମହୋତ୍ସବର ମାର୍ଗଦର୍ଶକ ତଥା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ସଭାପତିତ୍ବ କରିଥିଲେ।ଟ୍ରଷ୍ଟ ତରଫରୁ ମହର୍ଷି ମହେଶ ଯୋଗୀଜୀଙ୍କ ୧୦୪ ତମ ଜନ୍ମୋତ୍ସବ ଅବସରରେ ଚତୁର୍ବେଦ ପାଠ କରି ବୈଦିକ ବ୍ରାହ୍ମଣ ମାନେ ପୂଜା କରିଵା ସହିତ ଉତ୍କଳ ପୀଠଧୀଶ୍ୱର ଜଗତଗୁରୁ ଶ୍ରୀ ରାମନନ୍ଦାଚାର୍ଯ୍ୟ ସ୍ୱାମୀ ଅରୂପାନନ୍ଦାଚାର୍ଯ୍ୟଙ୍କୁ ବେଦ ମନ୍ତ୍ର ମାଧ୍ୟମରେ ବୈଦିକ ବ୍ରାହ୍ମଣ ମାନେ ଗୁରୁ ପୂଜନ କରିଥିଲେ

ତେଲେଙ୍ଗାନା ର ଅନ୍ତରାଷ୍ଟ୍ରୀୟ ରାମକଥା ବାଚକ ବ୍ୟାସ ସୁରେଶ ସାରଡ଼ା, ଶରତ ସାରଡ଼ା ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ସପ୍ତମ ଦିବସରେ ସୁନ୍ଦରକାଣ୍ଡ ପାଠ କରିଥିଲେ।ଟ୍ରଷ୍ଟର ସଂଯୋଜକ ରଞ୍ଜିତା ପାଢ଼ୀଙ୍କ ପ୍ରତ୍ୟେକ ସଂଯୋଜନାରେ ଅନୁଷ୍ଠିତ ମହୋତ୍ସବ କୁ ସାମ୍ବାଦିକ ତଥା ଟ୍ରଷ୍ଟର ମୁଖ୍ୟ ପ୍ରବକ୍ତା ବିଷ୍ଣୁଦତ୍ତ ଦାସ ମହୋତ୍ସବ ପରିଚାଳନା କରିଥିଲେ। ଉତ୍ସବ ସ୍ଥଳରେ ନେବଳ ଦାସ ମଠର ମହନ୍ତଶ୍ରୀ ଡ଼ ରାମଚରଣ ଦାସଜୀ ମହାରାଜ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ମଧୁସୂଦନ ସିଂହାରୀ, ପୂର୍ବତନ ନଗରପାଳ ଶାନ୍ତିଲତା ପ୍ରଧାନ, ଅନ୍ତରାଷ୍ଟ୍ରୀୟ ଜ୍ୟୋତିଷ ଆଚାର୍ଯ୍ୟ ଏବଂ ବେଦ ଗୁରୁ ନିତ୍ୟାନନ୍ଦ କର, ପଣ୍ଡିତ କିଶୋର ମୋହନ ତ୍ରିପାଠୀ, ବଳରାମ ମିଶ୍ର, ବୈଦିକ ପଣ୍ଡିତ ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ବ୍ରିଜ ମୋହନ ଦାସ, ଜିଲ୍ଲା ପ୍ରାଣୀ ଧନ ଅଧିକାରୀ ଡ଼ ଜୀ ନରେଶ କୁମାର, ଡ଼ ଅନ୍ତର୍ଯ୍ୟାମୀ ଖୁଣ୍ଟିଆ, ନିହାର ରଞ୍ଜନ ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ।