Odiapua.com

ପୁରୀରେ ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

ପୁରୀ ୧୪-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିରର ଆଜି ଦ୍ଵିତୀୟ ଦିନ। ଦଳର ନୀତି, ଆଦର୍ଶ ଓ ବିଚାରଧାରା ସମ୍ପର୍କରେ ଦିଆଯାଉଛି ପ୍ରଶିକ୍ଷଣ। ଗତକାଲି ୫ଟି ସତ୍ରରେ ପ୍ରଶିକ୍ଷଣ ଦିଆଯାଇଥିବାବେଳେ ଆଜି ନିର୍ବାଚନ ପରିଚାଳନା, ଗଣମାଧ୍ୟମ ସହ ଯୋଗାଯୋଗ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି। ବିଜେପିର ଟାର୍ଗେଟ ଏବେ ୨୦୨୪। ୨୦୨୪ରେ କିଭଳି ଅଧିକରୁ ଅଧିକ ସାଂସଦ ନିର୍ବାଚନ ହେବେ। ରାଜ୍ୟରେ ସରକାର ଗଠନ କରାଯିବ ତା ଉପରେ ରାଜନୈତିକ ପୃଷ୍ଠଭୂମିକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଉଛି। ବିଶେଷକରି ଭାରତ ସରକାରଙ୍କ ଅନେକ ଯୋଜନାକୁ ହାଇଜାକ କରୁଛି ବିଜେଡି ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ଅନେକ ଯୋଜନାକୁ ହାତେଇଛନ୍ତି ସେସବୁକୁ କିଭଳି ଆମର ନେତା ଓ କର୍ମୀ ମାନେ ଭାରତସରକାରଙ୍କ ଯୋଜନା ସମ୍ପର୍କରେ ତୃଣମୂଳସ୍ତରରେ ପହଞ୍ଚାଯିବ ବୋଲି କହିଛନ୍ତି ଦଳର ନେତା। ୨୨ବର୍ଷର ଶାସନର ପତନ ଘଟିବ। ୨୨ବର୍ଷ ଭିତରେ ରାଜ୍ୟ ସରକାର କ’ଣ ଜନକଲ୍ୟାଣକାରୀ ଯୋଜନା କରିଛନ୍ତି ତାହା ସରକାର ଛାତିରେ ହାତ ରଖି ଯଦି ୨୨ଟି ଯୋଜନା କହି ଦେବେ ତାହା ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି ବୋଲି କହିଛନ୍ତି ବିଜେପି ନେତା ତଥା ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର। ସବୁବେଳେ ଧର୍ମ ଓ ସତ୍ୟର ବିଜୟ ଘଟିଛି ଜନତା ଚାହିଁଲେ ସୁନିଶ୍ଚିତ ବିଜୟ ଘଟିବ। ରାଜ୍ୟ ସରକାରଙ୍କ ଦୁର୍ନୀତି ସମସ୍ତଙ୍କୁ ଜଣା ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ଶାସକ ବିଜେଡ଼ି ଦଳ ଅଗଣତାନ୍ତ୍ରିକ ଉପାୟରେ ନିର୍ବାଚନ କିତୁଥିବା କହିଛନ୍ତି ବିଜେପି ରାଜ୍ୟ ଉପ ସଭାପତି।