Odiapua.com

ପୁରୀରେ ପୁଣି ଫୁଟିଲା ବୋମା

ପୁରୀ ୨୪-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ପୁଣି ଫୁଟିଲା ବୋମା। ସଦର ଥାନା ଅଧିନ ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ଼ ହୋଇଛି। ସିମେଣ୍ଟ ବ୍ୟବସାୟୀ ବାପି ଖୁଣ୍ଟିଆ ଘର ଉପରକୁ ହୋଇଛି ବୋମାମାଡ଼। ଦୁର୍ବୁତ୍ତ ମାନେ ଗୋଟିଏ ବୋମାମାଡ କରି ଫେରାର ହୋଇଥିବା ସୂଚନା। ବୋମାମାଡ଼ରେ ଜଣେ ଆହତ ହୋଇ ସଦର‌ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାର ସୂଚନା ମିଳିଛି। ତେବେ ଘଟଣାସ୍ଥଳରେ ସଦର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି।