ପୁରୀ ୨୧-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ସୁଧୁରି ନାହିଁ। ଅନେକ ଅଞ୍ଚଳ ଜଳବନ୍ଦୀ ଘେରରେ ରହିଛି। ଛାତ୍ରଛାତ୍ରୀ ମାନେ ସ୍କୁଲ୍ ଯିବା ସମ୍ଭବ ନୁହେଁ। ଏଣୁ ପୁରୀ ଜିଲ୍ଲାରେ ଯେଉଁ ପଞ୍ଚାୟତରେ ବନ୍ୟାଜଳ ଛାଡି ନାହିଁ ଉକ୍ତ ଅଞ୍ଚଲରେ ଆଉ ଦୁଇ ଦିନ ସ୍କୁଲ୍ ସ୍କୁଲ୍ ବନ୍ଦ୍ ନେଇ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। ଅନ୍ୟପଟେ ବନ୍ୟା ପ୍ରଭାବିତ ଜିଲ୍ଲାରେ ସ୍ଥିତି ଦେଖି ସ୍କୁଲ୍ ଖୋଲିବା ନିଷ୍ପତି ନେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇ ଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।