Odiapua.com

ପୁରୀରୁ ଗଞ୍ଜେଇ ଜବତ : ଅଭିଯୁକ୍ତ ଗିରଫ

ପୁରୀ ୯-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ଏବଂ କୋଣାର୍କ ଅବକାରୀ ଥାନା ଉପନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ଥାନା ଅଧୀନ ଚିତ୍ରା ଗାଁରେ ଚଢ଼ାଉକରୀ ବୈକୁଣ୍ଠ ସାହୁ, ୪୬ବର୍ଷଙ୍କୁ ଗିରଫ କରିଛନ୍ତି। ତାଙ୍କଠାରୁ ୨.୨୦୦ କି.ଗ୍ରା. ଗଞ୍ଜେଇ ଜବତ କରାଯାଇଛି। କୋଣାର୍କ ଅବକାରୀ ଥାନା କେସ ନମ୍ବର ୪୪/୨୨-୨୩ରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡା ଉପ -କlରାଗlରକୁ ପଠାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ଏଗାର ହଜ଼ାର ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ଲୋକନାଥ ପାତ୍ରଙ୍କ ସହ ସବିତା ସାହୁ, ପ୍ରବୀନ ବିରାଜ କିରୋ, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ।