Odiapua.com

ପୁରୀବାସୀଙ୍କ ବିକାଶରେ ବିଜେପି ଇର୍ଷାନ୍ୱିତ : ବିଜେଡି

ଭୁବନେଶ୍ୱର, ୨୭/୦୭ (ଓଡ଼ିଆ ପୁଅ) : ଦେଶର ପ୍ରଥମ ଡ୍ରିଙ୍କ୍‍ଫ୍ରମ-ଟ୍ୟାପ୍‍ପ୍ରକଳ୍ପ ପୁରୀରେ କାର୍ଯ୍ୟକାରୀ କରିବା ସହିତ ଲସ ଆଞ୍ଜେଲସ୍‍ଓ ସିଙ୍ଗାପୁର ଭଳି ବିଶ୍ୱ ମାନଚିତ୍ରରେ ଓଡିଶା ସ୍ଥାନ ପାଇଥିବାବେଳେ ସୁଜଳ ଯୋଜନାକୁ ସମାଲୋଚନା କରିବା ରାଜ୍ୟ ବିଜେପି ପାଇଁ ଖଟା ଅଙ୍ଗୁରର ପରିସ୍ଥିତି ସୃଷ୍ଟି କରିଛି। ପୁରୀବାସୀଙ୍କ ବିକାଶରେ ବିଜେପି ଇର୍ଷାନ୍ୱିତ ହୋଇ ଏଭଳି ସମାଲୋଚନା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ନେତା ଗୋଲକ ମହାପାତ୍ର ନିଜକୁ ପ୍ରଥମେ ଜଣେ ଓଡିଆ ଓ ପରେ ବିଜେପି ଦଳର ବୋଲି ଆମେ ଭାବିଥିଲୁ। ସେହିଭଳି ଜଣେ ଓଡିଆ ଭାବେ ସେ ପୁରୀ ଲୋକଙ୍କ ପାଇଁ ଓଡିଶାର ଏଭଳି ଜାତୀୟ ସଫଳତାରେ ଗର୍ବ ଅନୁଭବ କରୁଥିବେ ବୋଲି ଆଶା କରୁଥିଲୁ। କିନ୍ତୁ ଦୁର୍ଭାଗ୍ୟବଶତଃ ପୁରୀରେ କାର୍ଯ୍ୟକାରୀ ହୋଇଥିବା ଏହି ଐତିହାସିକ ପ୍ରକଳ୍ପକୁ ନେଇ ସେ ମିଥ୍ୟା, ଭିତ୍ତିହୀନ ତଥା ମନଗଢା ବିବୃତ୍ତି ଦେବା ସହିତ ଶସ୍ତା ରାଜନୀତି ଉପରେ ଧ୍ୟାନ ଦେଉଛନ୍ତି।

ଏଥିରୁ ଜଣାପଡୁଛି ଯେ ଶ୍ରୀ ମହାପାତ୍ର ଏବଂ ଓଡିଶା ବିଜେପି ପୁରୀ ଏବଂ ପୁରୀବାସୀଙ୍କ ବିକାଶରେ ଇର୍ଷାନ୍ୱିତ ଏବଂ ଅସହିଷ୍ଣୁ ହୋଇ ପଡିଛନ୍ତି। ପୁରୀ ଏବଂ ଏହାର ଲୋକଙ୍କ ପ୍ରତି ତାଙ୍କର ନକରାତ୍ମକ ମନୋଭାବରୁ ସେମାନେ ପୁରୀ ଲୋକଙ୍କ ପାଇଁ ସୁଜଳ ଯୋଜନା ମାଧ୍ୟମରେ ହୋଇଥିବା ଭଲ କାର୍ଯ୍ୟକୁ ନିଚ୍ଚା ଦେଖାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।