Odiapua.com

ପୁରୀଜିଲ୍ଲାରେ ଆଉ ୧୦ କରୋନା ପଜେଟିଭ୍ ଚିହ୍ନଟ

ପୁରୀ, ୧୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀଜିଲ୍ଲାରେ ପୂର୍ବରୁ ୪ଟି କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦ଜଣ କରୋନା ପଜେଟିଭ୍ ଚିହ୍‌ନଟ ହୋଇଛନ୍ତି। ଏହାକୁ ମିଶାଇ ପୁରୀଜିଲ୍ଲାରେ ବର୍ତମାନ କରୋନା ପଜେଟିଭ୍‌ଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ପିପିଲି ବ୍ଲକ ଅନ୍ତର୍ଗତ ଦାନଗୋହିରୀରୁ ଚିହ୍ନଟ ହୋଇଥିବା କରୋନା ପଜେଟିଭ୍ ସୁସ୍ଥ ହୋଇ ଘରକୁ ଫେରିବା ପରେ ଏବେ ୧୩ଜଣ ଚିକିତ୍ସାଧିନ ରହିଛନ୍ତି। ଆଜି ଚିହ୍ନଟ ହୋଇଥିବା କରୋନା ପଜେଟିଭ୍ କଣାସର ଦୁଇଟି କ୍ୱାରେଟାଂଇନ ସେଂଟରରେ ରହୁଥିଲେ। ଏବଂ ସେମାନେ ସମସ୍ତେ ସୁରଟ ଫେରନା ବୋଲି ଜଣାଯାଇଛି। ଯେହେତୁ ସେମାନେ କ୍ୱାରେଟାଂଇନରେ ରହୁଥିଲେ ତେଣୁ ସେମାନେ ଅନ୍ୟ କାହା ସହିତ ମିଳାମିଶା କରିପାରିନଥିବା ଜଣାଯାଇଛି। ଏମାନଙ୍କୁ ଆଜି ଭୁବନେଶ୍ୱରକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି। ପୁରୀ ରେଣୁକା ଗଳିରୁ ଚିହ୍ନଟ ହୋଇଥିବା ୨ଜଣ କରୋନା ପଜେଟିଭ୍ କୋଲକତା ଫେରନ୍ତା ଥିବା ବେଳେ ଗୋପରୁଚିହ୍ନଟ ହୋଇଥିବା କରୋନା ପଜେଟିଭ୍ ସୁରଟ ଫେରନ୍ତା ବୋଲି ଜଣାଯାଇଥିଲା। ଏ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ବଲବନ୍ତ ସିଂ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଥିଲେ।