Odiapua.com

ପୁରୀକୁ ଶ୍ରେଷ୍ଠ ଧାମ ଓ ଅପରାଧ ମୁକ୍ତ କରିବା ପୋଲିସର ମୂଳ ଲକ୍ଷ୍ୟ

ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀକୁ ଶ୍ରେଷ୍ଠ ଧାମ ଓ ଅପରାଧ ମୁକ୍ତ କରିବା ପୋଲିସର ମୂଳ ଲକ୍ଷ୍ୟ ବୋଲି କେନ୍ଦ୍ରାଞ୍ଚଳ ଡ଼ିଆଇଜି ଆଶିଷ ସିଂ ମତବ୍ୟକ୍ତ କରିଛନ୍ତି। ଆଇନର କେହି ଦୁରୁପଯୋଗ କଲେ କିମ୍ବା ଭଙ୍ଗ କଲେ ଏହାକୁ ବରଦାସ୍ତ କରାଯିବ ନାହିଁ। ପୋଲିସର ଥାର୍ଡ଼ ଡ଼ିଗ୍ରୀ ଟର୍ଚ୍ଚର ୨ଟି ଅଭିଯୋଗ ନେଇ ତଦନ୍ତ ଆରମ୍ଭ ହୋଇଛି। ଟାଉନ ଥାନାରେ ଓ ପିପିଲି ପୋଲିସ ବିରୁଦ୍ଧରେ ଆସିଥିବା ପୋଲିସର ଥାର୍ଡ଼ ଡ଼ିଗ୍ରୀ ଟର୍ଚ୍ଚର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ପୁରୀ ବାସେଳୀ ସାହି ଥାନା ହାଜତରେ କେ. ରମେଶଙ୍କ ମୃତ୍ୟୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାଞ୍ଚଳ ଡ଼ିଆଇଜି। ଏନ୍‌ଏଚ୍‌ଆର୍‌ସି ଗାଇଡ଼ ଲାଇନ ଅନୁଯାୟୀ ମାମଲା ତଦନ୍ତ ଚାଲିଛି। ପ୍ରତ୍ୟକ ଦିଗକୁ ନେଇ ତଦନ୍ତ କରାଯାଉଛି।