Odiapua.com

ପୁରାତନ ବିଦ୍ୟାର୍ଥୀ ମଂଚରେ ପ୍ରାକ୍ତନ ଛାତ୍ର କୃଷିମନ୍ତ୍ରୀ

ନୟାଗଡ଼, ୫ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ମୋ ସ୍କୁଲ ଅଭିଯାନର ବିଦ୍ୟାର୍ଥୀ ମଂଚରେ ପ୍ରାକ୍ତନ ଛାତ୍ର କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପିଲାବେଳ ଛାତ୍ର ଜୀବନର ଆବେଗପୂର୍ଣ୍ଣ ଭାବଗର୍ଭକ ସ୍ମୃତିକୁ ରୋମନ୍ଥନ କରି ପରିବେଶକୁ ସ୍ମୃତିମୟ କରିଦେଇଥିଲେ। ନୟାଗଡ଼ ଜିଲ୍ଳା ଦଶପଲ୍ଳା ବ୍ଳକ ମଧ୍ୟଖଣ୍ଡ ନୋଡାଲ ଉଚ୍ଚବିଦ୍ୟାଳୟରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେଯେ ଏଇ ସ୍କୁଲ ମୋତେ ସୌଭାଗ୍ୟ ଦେଇଥିଲାବେଳେ ଆଜି ଏଠାରେ ମୋତେ ଉପସ୍ଥିତି ହେବା ମୋପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ଯାହାକି ମୋ ସ୍ମୁଲ ଅଭିଯାନ ଯୋଗୁଁ ଅନେକ ପୁରାତନ ବିଦ୍ୟାର୍ଥୀ ଏକାଠି ହେବା ସହ ପୁରୁଣା ଦିନର ପୁରୁଣା ସ୍ମୃତିକୁ ସାଉଁଟି ନିଜର ଅତୀତ ସ୍କୁଲ ସହ ଯୋଡ଼ି ହେବା ଏକ ନୂଆ ପରମ୍ପରା ସୃଷ୍ଟି କରିଛି। ସେ ତାଙ୍କ ବକ୍ତବ୍ୟରେ କହିଲେଯେ ମୁଖ୍ୟମନ୍ତ୍ରୀଙ୍କ ୫ଟି ଅଧିନରେ ବିଦ୍ୟାଳୟ ରୂପାନ୍ତରୀଣ କାର୍ଯ୍ୟକ୍ରମ ଯୋଜନାରେ ସ୍ମାର୍ଟ କ୍ଳାସରୁମ୍‌, କମ୍ପ୍ୟୁଟର ରୁମ୍‌, ଇ-ଲାଇବ୍ରେରୀ, ବିଜ୍ଞାନ ଲାବୋରେଟାରୀର ନୂଆ ପରିକଳ୍ପନା କରାଯାଇଛି। ଏହାଦାଦ୍ ସ୍କୁଲ ପରିସର ଓ ପରିବେଶକୁ ଉନ୍ନତୀରଣ, ଉନ୍ନତ ଶୌଚାଳୟ ଇତ୍ୟାଦିର ରୂପରେଖ ନୂଆ ଢାଂଚାରେ ଗଢାଯାଇଛି ବୋଲି କହିଥିଲେ। ବିଦ୍ୟାର୍ଥୀ ମଂଚର ସଭାପତି ଡ.ଶିଶିର କୁମାର ଦାସଙ୍କ ପୌରହିତ୍ୟରେ ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପ୍ରଧାନଶିକ୍ଷକ ବଳିୟାରସିଂହ ପ୍ରମୁଖ ଯୋଗଦେଇ ମୋ ସ୍କୁଲ ଅଭିଯାନର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ।