Odiapua.com

ପୁବ ର୍ତନ ଜିଲ୍ଲାପାଳ ଭିନିଲ କ୍ରୀଷ୍ଣାଙ୍କ ଅପହରଣକାରୀ ଏଓବି ମାଓନେତା ଙ୍କ ଆତ୍ମମର୍ପଣ

ମାଲକାନଗିର.୨୦ା୪ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ପୁବ ର୍ତନ ଜିଲ୍ଲାପାଳ ଆର.ଭନିଲକ୍ରୀଷ୍ଣା ଙ୍କୁ ଅପହରଣ କରିଥିବା ମାଓବାଦୀ ମୁଖ୍ୟଅଭିଯୁକ୍ତ ଆନ୍ଦ୍ର ଓଡିଶା ବୋର୍ଡର ଜୋନାଲକମଟି ମାଓ ସଂପାଦକ ଏମ.ଜଳନ୍ଧର ରେଡି ଓରଫ କ୍ରିଷ୍ଣା ଆଜି ଆନ୍ଦ୍ରପ୍ରଦେଶ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଗତ ୨୦୧୧ ମସିହା ଫାବୃଆରୀ ମାସ ୧୬ତାରିଖରେ ମାଲକାନଗିରି ଜିଲ୍ଲାର ପୁବ ର୍ତନ ଜିଲ୍ଲାପାଳ ଶ୍ରୀ ଆର.ଭିନିଲ କ୍ରୀଷ୍ଣା ବିଛିନ୍ନାଚଂଳର ମାଓପ୍ରବଣ ବଡପଡା ଅଚଂଳର ଏକ ଜନସଂପର୍କ ଶିବିର କୁ ଯାଇଥିଲେ । ସେଠାରୁ କିଛି ମାଓବାଦୀ ତାଙ୍କୁ ଓ ଅନ୍ୟଜଣେ କନିଷ୍ଟ ଯନ୍ତ୍ରୀଙ୍କୁ ଅପହରଣ କରିନେଇ ମୁଣ୍ଡଜାମିନି ରଖି ସରକାରଙ୍କ ସହିତ ସେମାନଙ୍କ ୧୫ଟି ଦାବିପୁରଣ ପାଇଁ ପ୍ରସ୍ତାବ ପଠାଇଥିଲେ । ଦୀର୍ଘ୮ଦିନ ମାଓକ୍ୟମ୍ପରେ ଜିଲ୍ଲାପାଳ ରହିବାପରେ ବରିଷ୍ଟନେତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ମଧ୍ୟସ୍ଥିରେ ମାଓବାଦୀ ମାନେ ତାଙ୍କୁ ମୁକ୍ତକରିଥିଲେ । ତାଙ୍କୁ ଅପହରଣ କରିବାରେ ମୁଖ୍ୟଭୁମିକା ଗ୍ରହଣ କରିଥିବା ଏଓବି ମାଓନେତା କ୍ରୀଷ୍ଣା ଯାହାଙ୍କ ମୁଣ୍ଡଉପରେ ସରକାରଙ୍କ ପକ୍ଷରୁ ୩୦ଲକ୍ଷଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେ ଆଜି ଆନ୍ଦ୍ରପ୍ରଦେଶ ଡିଜିପି ଙ୍କ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ଆନ୍ଦ୍ରପ୍ରଦେଶ ପୁଲିସ ପକ୍ଷରୁ ଆତ୍ମ ସମର୍ପଣ ମାଓନେତା କ୍ରିଷ୍ଣାଙ୍କୁ ୨୦ଲକ୍ଷଟଙ୍କା ଆର୍ଥିକ ସହୟାତା ସହ ଘର ଯୋଗାଇ ଦିଆ ଯାଇଛି ।ଆତ୍ମ ସମର୍ପଣ କରିଥିବା ମାଓନେତାଙ୍କ ନାମରେ ଆନ୍ଦ୍ରପ୍ରଦେଶ ଓଡିଶା ମାଲକାନଗିରି ଜିଲ୍ଲାରେ ଅନେକ ମାଓହିଂସାକାଣ୍ଡର କେସ ଥିବାରୁ ତାଙ୍କୁ ମାଲକାନଗିରି ପୁଲିସ ରିମାଣ୍ଡରେ ଆଣି ପଚରା ଉଚରା କରିବାର ବହୁତ ସମ୍ଭାବନାରହିଛି ।