Odiapua.com

ପୁବ ର୍ତନ ଜିଲ୍ଲାପାଳଙ୍କ ବିରୋଧରେ ପୁଣି ସଙ୍ଗିନ ଅଭିଯୋଗ କଲେ ପିସିସି କାର୍ଯ୍ୟକାରି ସଭାପତି

ମାଲକାନଗିରି,୫ା୭ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାର ବଦଳି ହୋଇଯାଇଥିବା ପୁବ ର୍ତନ ଜିଲ୍ଲାପାଳ ଡ.ଓ୍ୟାଇ ବୀଜୟ ଙ୍କ ନାମରେ ପୁଣି ସଙ୍ଗିନ ଅଭିଯାଗ ଆଣିଛନ୍ତି ପିସିସି କାର୍ଯ୍ୟକାରି ସଭାପତି ଓ ଜିଲ୍ଲାକଂଗ୍ରେସ ଦଳ । ଆଜି ମାଲକାନଗରି ଜିଲ୍ଲାକଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁବ ର୍ତନ ସାଂସଦ ତଥା ପ୍ରଦେଶ କଂଗ୍ରସ କମଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ଡ.ୟେଦୁଲା ବୀଜୟ ଖଣିଦୁର୍ନିତର ପର୍ଦ୍ଦାଫାସ ହେବାପରେ ରାଜ୍ୟସରକାର ତାଙ୍କୁ ନିଲମ୍ବିତ ନକରି ତରବରିଆ ଭାବେ ବଦଳିକରି ଦେଇଛନ୍ତି । ଜିଲ୍ଲାପାଳଙ୍କ ବଦଳି ତାଙ୍କପ୍ରତି କିଛି ଦଣ୍ଡନୁହଁ,ସେ ଖଣିଦୁର୍ନିତି ମାମଲା ସହିତ ଅନ୍ୟାନ ଦୁର୍ନିତି ମାମଲାରେ ଜଡିତ ଥିଲେ । ସେ ବ୍ୟବହାର କରୁଥିବା ଏମଜି ହେକ୍ଟର ଗାଡଟିି ଭଡା ସୁତ୍ରରେ ଜିଲ୍ଲାପାଳଙ୍କ ଅଫିସ ରେ ଲଗାଯାଇନଥିଲା ତାହା ତାଙ୍କୁ ଉପହାରମିଳିଛି । ଦୁର୍ନିତ ଗସ୍ତ ଜିଲ୍ଲାପାଳ ଓ ତାଙ୍କୁ ସହଯୋଗ କରିଥିବା ଅନ୍ୟାନ ଅଧିକାରୀ ଙ୍କ ବିରୋଧ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ,ଅସାଧୁ ଉପାୟରେ ଟେଣ୍ଡର ହୋଇଥିବା ଖଣି ଲିଜକ ବାତିଲ କରାଯାଉ,୫ଟି ପଥର ଖାଦାନକୁ କାର୍ଯ୍ୟକାରି କରାଯାଉ,ଜିଲ୍ଲାପାଳ ଚଲାଉଥିବା ଏମଜି ହେକ୍ଟର ଗାଡିକୁ କାହା ସୟାତାରେ ତାଙ୍କ ବାସଭବନକୁ ସ୍ଥାନାନ୍ତର କରାଗଲା ,ଏହି ଗାଡିକୁ କେବେ ପୁଲିସ ଜବତ କରିବ, ଏହି ଦାବିଗୁଡିକ ପୁରଣ ନହେବା ପର୍ଯ୍ୟନ୍ତ କଂଗ୍ରେସ ଦଳ ଆନ୍ଦୋଳନ ଜାରିରଖିଥିବ ବୋଲି ଶ୍ରୀ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳୀନରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାକଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର,କାର୍ଯକାରି ସଭାପତି ରାମ ପଟନାୟକ,କଂଗ୍ରେସ ନେତା ପଦ୍ମପାଙ୍ଗି,କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢୀ,ଜି.ଶ୍ରୀନିବାସ ରାଓ,ପର୍ଶୁରାମ ଭକ୍ତ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।