Odiapua.com

ପୁବ ର୍ତନ ଜିଲ୍ଲାପାଳଙ୍କ ପିଏ ମୃତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ଏସପି ଓ ଅନ୍ୟା ୬ଜଣ ପୁଲିସ ଅଧିକାରୀଙ୍କ ନାମରେ ଏସଡିଜେଏମ କୋର୍ଟରେ ମାମଲା ଦାୟର କଲେ

ମାଲକାନଗିରି,୨୮ ।୧ (ଓଡିଆ ପୁଅ ) ପୁବ ର୍ତନ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା ଙ୍କ ରହସ୍ୟଜନକ ମୃତ୍ୟୁର ପୁିସ ଏପର୍ଯ୍ୟନ୍ତ ପର୍ଦାଫାସ କରିନଥିବାରୁ ପୁବ ର୍ତନ ଜିଲ୍ଲାପାଳ ଓ ପୁଲିସଅଧିକାରୀ ମାନଙ୍କ ନାମରେ ମୃତ ପଣ୍ଡାଙ୍କ ବିଧବା ପତ୍ନୀ ନ୍ୟାୟପାଇଁ ବାରମ୍ବାର ଥାନା କୋର୍ଟ କଚେରି ରେ ଅଭିଯୋଗ କରିଆସୁଛନ୍ତି । ପିଏ ପଣ୍ଡାଙ୍କ ତଦନ୍ତରେ ଅବହେଳା କରିବାସହିତ ପଣ୍ଡାଙ୍କ ବିଧବା ପତ୍ନୀ ଓ ତାଙ୍କ ପରିବାରଙ୍କୁ ପୁଲିସ ନାନାପ୍ରକାର ଧମକ ଚମକ ଦେଉଥିବା ଓ ସ୍ୱାମୀଙ୍କ ସନ୍ଦେହଜନକ ହତ୍ୟା ଘଟଣାର ଠିକ ଭାବେ ତଦନ୍ତ ନକିରବା ଅଭିଯୋଗ କରି ମାଲକାନଗିରି ଏସପି,ମାଲକାନଗିରି ଥାନା ଆଇଆଇସି ଙ୍କ ସହିତ ୬ଜଣ ପୁଲିସ କର୍ମଚାରୀ ଙ୍କ ନାମରେ ଆଜି ପଣ୍ଡାହ୍‌କ ପତ୍ନୀ ବନଜା ପଣ୍ଡା ମାଲକାନଗରି ଏସଡିଜେଏମ କୋର୍ଟରେ ମାମଲା ଦାୟାର କରିଥିବାର ଜଣାପଡିଛି ।