ମାଲକାନଗିରି,୩୦ା୮ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ପାଙ୍ଗାମ ନିବାସୀ ପୁବ ର୍ତନ ବିଧାୟକ ତଥା ପୁବ ର୍ତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ଧର୍ମପତ୍ନୀ ସମାଜ ସେବୀ ଧର୍ମପରାୟଣ ମହିଳା ରତ୍ନମାଳା ନାୟକ ଙ୍କ ଆଜି ବିୟୋଗ ଘଟିଛି । ଗତ କିଛିଦିନହେଲା ଶ୍ରୀମତୀ ରତ୍ନମାଳା ନାୟକ ଅସୁସ୍ଥ ହୋଇ ଭୂବନେଶ୍ୱର ସ୍ଥ ଏମ୍ସ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ଚିକିତ୍ସାଦିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ସ୍ୱାମୀ ଶ୍ରୀ ଦୋରା ମଧ୍ୟ ଅସୁସ୍ଥ ହୋଇ ଏମ୍ସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଶ୍ରୀମତୀ ନାୟକ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବହୁପୁରାତନ ବିଧାୟକ ସ୍ୱର୍ଗତ ମୁଦିନାୟକ ଙ୍କ କନ୍ୟା,ରତ୍ନମାଳା ଦେବୀ ଅଭିଭକ୍ତ କୋରାପୁଟ ଜିଲ୍ଲାର ଜଣେ ଉଚ୍ଚଶିକ୍ଷିତା ଆଦିବାସୀ ମହିଳା,ସେ ଭୁବନେଶ୍ୱର ଖଣ୍ଡଗିରି ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ପାଇଥିଲେ ।ଭୁବନେଶ୍ୱର ତପୋବନ ହାଇସ୍ଲୁଲରୁ ଚାକିରିରୁ ଅବସର ନେବାପରେ ସମାଜସେବା କ୍ଷେତ୍ର ରେ ଆଗଧାଡିର ଜଣେ ଆଦର୍ଶ ଧର୍ମପରାୟଣ ମହିଳା ଥିଲେ । ଶ୍ରୀ ଦୋରାଙ୍କ ସହ ପାଙ୍ଗାମ ଠାରେ ହାତିରାମ ଉଚ୍ଚବିଦ୍ୟାଳୟ ପ୍ରତିଷ୍ଟା କରି ଗରିବ ପିଲାଙ୍କ ପାଇଁ ମାଗଣାରେ ଶିକ୍ଷାଦାନର ବ୍ୟବସ୍ଥା କରିବା ସହ ଶିଶୁ ଓ ମହିଳାଙ୍କ ସେବା ପାଇଁ ସ୍ୱତନ୍ତ୍ର ସେବା ବ୍ୟବସ୍ଥା କରିଥିଲେ । ଆଜି ଅପରାହ୍ନରେ ଆଦିବାସୀ ପରମ୍ପରା ଅନୁସାରେ ଭୁବନେଶ୍ୱର ସ୍ଥ ସୂର୍ଯ୍ୟନଗର ସ୍ମଶାନ ଠାରେ ତାଙ୍କର ଶେଷକୃତ ସମ୍ପନ ହୋଇଛି, ସାନ ପୁଅ ଚିନ୍ମୟ କୁମାର ଓ ବଡ ଝିଅ ଚିନ୍ମୟୀ ଦେବୀ ଯୁଗ୍ମଭାବେ ମୁଖାଗ୍ନି ଦେଇଥିଲେ । ଧର୍ମପରାୟଣ ମହିଳା ଶ୍ରୀମତୀ ନାୟକ ଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କର ପୁଅ ,ଝିଅ, ଜ୍ୱାଇଁ ଙ୍କ ସହ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଧର୍ମପରାୟଣ ମହିଳା ଶ୍ରୀମତୀ ନାୟକ ଙ୍କ ବିୟୋଗରେ ମାଥିଲି, ପାଙ୍ଗାମ,ମାଲକାନଗିରି ଜିଲ୍ଲାସହିତ ଭୁବନେଶ୍ୱର ଅଚଂଳରେ ଶୋକର ଛାୟା ଖେଳି ଯାଇଛି ।