Odiapua.com

ପୁତୁରାର ତୀରମାଡରେ ବଡବାପା ଗୁରୁତର

ହାଟଡିହି, ୨୫ /୯: (ଓଡିଆପୁଅ/ବିକାଶ ବିଶ୍ୱାଳ) ପୁତୁରାର ତୀରମାଡରେ ବଡବାପା ଗୁରୁତର ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ତରତରା ପଞ୍ଚାୟତର ପଣସଡିହା ଗ୍ରାମରେ । ବଡବାପା ମୁରଲୀ ନାୟକ ଘରେ ବସି ଟିଭି ଦେଖୁଥିବାବେଳେ ପୁତୁରା ବୁଧିଆ ଅଚାନକ ତାଙ୍କ ଉପରକୁ ତୀରମାଡ କରିଥିଲା । ଫଳରେ ତୀରଟି ତାଙ୍କ ପେଟରେ ଗଳିଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତୀରମାଡର କାରଣ ଜଣାପଡିନଥିବାବେଳେ ବୁଧିଆ ମାନସିକ ଭାରସାମ୍ୟ ହରାଇଥିବା ପରିବାର ଲୋକେ କହିଛନ୍ତି ।