Odiapua.com

ପୁତିନଙ୍କ ସହ ସିଧାସଳଖ କଥାବାର୍ତ୍ତା ହିଁ ଯୁଦ୍ଧକୁ ବନ୍ଦ କରିବାର ଏହା ହେଉଛି ଏକମାତ୍ର ଉପାୟ – ଜେଲେନସ୍କି

ନୂଆ ଦିଲ୍ଲୀ ୩-୩ (ଓଡ଼ିଆ ପୁଅ) ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଗୁରୁବାର କହିଛନ୍ତି ଯେ ସେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ସିଧାସଳଖ କଥାବାର୍ତ୍ତା ଚାହୁଁଛନ୍ତି।
ଭୋଲୋଡିମିର ଜେଲେନସ୍କି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ସମ୍ବୋଧିତ କରି କହିଛନ୍ତି, “ମୁଁ ଜଣେ ସାଧାରଣ ମଣିଷ, ମୋ ସହିତ ବସ, ମୋ ସହିତ କଥାବାର୍ତ୍ତା କର, ତୁମେ କ’ଣ ଭୟ କରୁଛ?”

ସେ କହିଛନ୍ତି, ‘ଯୁଦ୍ଧକୁ ବନ୍ଦ କରିବା ପାଇଁ ଏହା ହେଉଛି ଏକମାତ୍ର ଉପାୟ।’

ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, “ଯଦି ବର୍ତ୍ତମାନ ଚାହୁଁଛନ୍ତି ତେବେ – ମୋ ସହିତ ଆଲୋଚନା ପାଇଁ ଟେବୁଲରେ ବସ, ମୁଁ ମୁକ୍ତ ଅଟେ। ମୁଁ ଜଣେ ସାଧାରଣ ମଣିଷ, ମୋ ସହିତ ବସ, ମୋ ସହିତ କଥାବାର୍ତ୍ତା କର, ତୁମେ କ’ଣ ଭୟ କରୁଛ? ”

‘ତୁମେ ଆମଠାରୁ କଣ ଚାହୁଁଛ’

ପୁତିନଙ୍କୁ ସମ୍ବୋଧିତ କରି ଜେଲେନସ୍କି କହିଛନ୍ତି, “ଆମେ ଋଷ ଉପରେ ଆକ୍ରମଣ କରୁନାହୁଁ ଏବଂ ଆକ୍ରମଣ କରିବାକୁ ଯୋଜନା କରୁନାହୁଁ। ଆପଣ ଆମଠାରୁ କ’ଣ ଚାହୁଁଛନ୍ତି? ଆମ ଦେଶ ଛାଡନ୍ତୁ।” ସେ କହିଛନ୍ତି ଯେ ଆଧୁନିକ ଦୁନିଆରେ ଜଣେ ବ୍ୟକ୍ତି ପଶୁ ପରି ଆଚରଣ କରିପାରିବ ବୋଲି କେହି ଭାବି ନଥିଲେ।

ଜେଲେନସ୍କି ପାଶ୍ଚାତ୍ୟ ଦେଶକୁ ୟୁକ୍ରେନକୁ ସାମରିକ ସହାୟତା ବୃଦ୍ଧି କରିବାକୁ ଆହ୍ୱାନ କରି କହିଛନ୍ତି ଯେ, ଋଷ ବାକି ୟୁରୋପ ଉପରେ ଆଧିପତ୍ୟ ପାଇଁ ଆଗକୁ ବଢ଼ିବ। ସେ କହିଛନ୍ତି, ଯଦି ତୁମର ଆକାଶ ବନ୍ଦ କରିବାର ଶକ୍ତି ନାହିଁ, ମୋତେ ବିମାନ ଦିଅ!

ଏହାପୂର୍ବରୁ ଗୁରୁବାର ଦିନ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନ ନାଗରିକମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ଋଷର ସାମରିକ ଆକ୍ରମଣ ଯୋଗୁଁ ଭିତ୍ତିଭୂମି କ୍ଷୟକ୍ଷତିର ମରାମତି କରାଯିବ ଏବଂ ମସ୍କୋକୁ ଏହାର ବିଲ୍ ଦେବାକୁ ପଡିବ।