Odiapua.com

ପୁଣି ୧୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲା ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪

ସମ୍ବଲପୁର, ୨୬/୭, (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲାରେ କରୋନା ସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଜାରୀ ହୋଇଛି ସଟ୍ ଡାଉନ୍। ଆଜି ୧୦ ଦିନିଆଁ ସଟ୍ ଡାଉନ୍ ର ଦ୍ୱିତୀୟ ପର୍ଯ୍ୟାୟ ର ପ୍ରଥମ ଦିନ ପୁଣି ଜିଲ୍ଲା ରେ ୧୭ ଜଣ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୭ ଜଣ ଙ୍କ ମଧ୍ୟରେ ୮ ଜଣ ପୁରୁଷ ଏବଂ ୯ ଜଣ ମହିଳା ରହିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଆଜି ଚିହ୍ନଟ ମାନଙ୍କ ମଧ୍ୟରେ ୬ ଜଣ ନାବାଳକ ରହିଛନ୍ତି। ଚିହ୍ନଟ ଙ୍କ ମଧ୍ୟରେ ୧୦ ଜଣ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଞ୍ଚ ଟିମ ସମୟରେ ଚିହ୍ନଟ ହୋଇ ଥିବା ପ୍ରଶାସନ ସୂଚନା ଦେଇଛି। ଚିହ୍ନଟ ମାନଙ୍କ ମଧ୍ୟରେ ମହାନଗର ନିଗମ ଅଞ୍ଚଳ ରୁ ସମୁଦାୟ ୧୩ ଜଣ ରହିଥିବା ବେଳେ ରେଢ଼ାଖୋଲ ରୁ ୩ ଜଣ ଏବଂ କୁଚିଣ୍ଡା ରୁ ଜଣେ ରହିଛନ୍ତି। ରେଢ଼ାଖୋଲ ରୁ ଚିହ୍ନଟ ୩ ଜଣ ଯାକ ସହର ର ଖଣ୍ଡାଢିପ ର ବୋଲି ଜଣାଯାଇଛି। ସେମାନଙ୍କ ବୟସ ୧୭ (ପୁରୁଷ ), ୧୩ (ମହିଳା ) ଓ ୩୬ (ପୁରୁଷ) ରହିଛି। କୁଚିଣ୍ଡା ରୁ ଚିହ୍ନଟ ଜଣଙ୍କ ବୟସ ୩୨(ପୁରୁଷ) ହୋଇଥିବା ବେଳେ ସେ ସହର ର ୱାର୍ଡ ନମ୍ବର ୪ ଅନ୍ତର୍ଗତ ନର୍ସରୀପଡା ବାସିନ୍ଦା। ମହାନଗର ନିଗମ ଅଂଚଳ ରୁ ଚିହ୍ନଟ ମାନଙ୍କ ମଧ୍ୟରେ ସାକ୍ଷୀପଡା ରୁ ୨୧ (ମହିଳା), ଭତରା ରୁ ୨୭ (ମହିଳା ), ୪ (ମହିଳା) ଓ ୫୨ (ପୁରୁଷ), ଷ୍ଟେସନ ପଡା କ୍ଷେତରାଜପୁର ରୁ ୧୪ (ପୁରୁଷ), ବଡ଼ବଜ଼ାର ରୁ ୫୫ (ମହିଳା), ୨୨ (ମହିଳା), ବୁଢାରଜା ରୁ ୧୨ (ପୁରୁଷ), ପାଞ୍ଚଗଛିଆ ତଳିପଡା ରୁ ୧୬ (ପୁରୁଷ), ଗୌଡ଼ପାଲି ବୁର୍ଲା ରୁ ୩୫ (ମହିଳା), ବରେଇପାଲି ରୁ ୨୫ (ପୁରୁଷ) ଏବଂ କ୍ଷେତରାଜପୁର ରୁ ୭୨ (ପୁରୁଷ) ଓ ୫୦ (ମହିଳା) ଚିହ୍ନଟ ହୋଇଛନ୍ତି।

ଆଜି ର ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ସମ୍ବଲପୁର ରେ ଏଯାବତ ୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୧୩୯ ଜଣ ସକ୍ରିୟ ରହିଛନ୍ତି ଓ କୋଭିଡ ହସ୍ପିଟାଲରରେ ସେମାନଙ୍କ ଚିକିତ୍ସା ଚାଲିଛି। ତେବେ କରୋନା ଆକ୍ରାନ୍ତ ଚିହ୍ନଟ ସମସ୍ତ ଙ୍କୁ ଆଜି କୋଭିଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି ଏବଂ ସମସ୍ତ ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।