Odiapua.com

ପୁଣି ସାଢେ ତିନିଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ କୋର୍ଟ ଚାଲାଣ

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ସପ୍ତାହ ମଧ୍ୟରେ ଭଦ୍ରକରୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଓ ଗ୍ରାମାଞ୍ଚଳ ଥାନା ପୁଲିସ୍ ଦୁଇଟି ସ୍ଥାନରୁ ବିପୁଳ ପରିମାଣର ବ୍ରାଉନସୁଗାର ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବାବେଳେ ଆଜି ପୁଣିଥରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ପୌରାଞ୍ଚଳର ୯ନଂ ୱାର୍ଡ ବାଗୁରାଇସ୍ଥିତ ମଣିସାହି ହନୁମାନ ମନ୍ଦିର ନିକଟରୁ ୩୫ ଗ୍ରାମ ଓଜନର ପ୍ରାୟ ୩.୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଏବଂ ଏହି ଘଟଣାରେ ମଣିସାହି ନିବାସୀ ପ୍ରଦୀପ କୁମାର ଦାସଙ୍କୁ ତାର ବାଇକ୍ ସହ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପ୍ରଦୀପର ବ୍ରାଉନସୁଗାର କାରବାର ନେଇ ପୂର୍ବରୁ ସୂଚନା ପାଇଥିଲା । ଫଳରେ ଏହି ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ବାଇକ୍‌ରେ ଯାଉଥିବା ପ୍ରଦୀପକୁ ସନ୍ଦେହ କରି ଅଟକାଇଥିଲେ । ପରେ ତନଖି କରିବାରୁ ତା’ ନିକଟରୁ ଉକ୍ତ ବ୍ରାଉନସୁଗାର ଜବତ ହୋଇଥିଲା ।