Odiapua.com

ପୁଣି ଶ୍ରୀମନ୍ଦିର ଭିତର ଫଟୋ ହେଲା ଭାଇରାଲ

ପୁରୀ,୨୮/୧୦ ,(ଓଡ଼ିଆ ପୁଅ ପି ନାୟକ):ବାରମ୍ବାର ସଚେତନ ପରେ ବି ଭାଇରାଲ ହେଉଛି ଶ୍ରୀମନ୍ଦିର ର ଭିତର ଫଟୋ । ଏବେ ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିରର ଭିତରର ଫଟୋ ଓ ଭିଡ଼ିଓ  । ଜଣେ ଯୁବତୀ ନିଜ ଟିକଟକ୍ ଆକାଉଣ୍ଟରେ ଏହି ଭିଡିଓ ଓ ଫଟୋ ଭାଇରାଲ୍ କରିଥିବା ସୂଚନା ମିଳିଛି। ତେବେ ଆଇଡି @user 5 cucessa80 tiktok account ରେ ଶ୍ରୀମନ୍ଦିର ଭିତର ଅଂଶ ଦୃଶ୍ୟ ଭିଡ଼ିଓ କରି ଭଜନ ସହ ଦର୍ଶାଯାଇଛି । ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ନବାଗତା ନାୟିକାଙ୍କ ସହ ସେଲଫି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯିବା ପରେ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏଵେ ପୁଣିଥରେ ଏହି ଭିଡ଼ିଓ ଟିକଟକ୍ ଆକାଉଣ୍ଟରେ ଭାଇରାଲ୍ ପରେ ଶ୍ରୀମନ୍ଦିର ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।