Odiapua.com

ପୁଣି ଶିଶୁ ଶ୍ରମିକ ଉଦ୍ଧାର

ବୌଦ୍ଧ, ୦୨/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ବାଲେଶ୍ୱର ବାଲିଆପାଳରେ ଏକ ଢ଼ାବାରେ ଜଣେ ଶିଶୁ ଶ୍ରମିକର ମୃତ୍ୟୁ ପରେ ଏବେ ରାଜ୍ୟ ପୋଲିସ ପ୍ରଶାସନର ଚେତା ପଶିଛି। ଫଳରେ ଏବେ ସବୁଠି ଘନ ଘନ ଚଢ଼ାଉ କରାଯାଉଛି।ତେବେ ବୌଦ୍ଧ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ଓ ପୋଲିସର ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬୩ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

୬ଟି ପୋଲିସ ଷ୍ଟେସନ ଅଞ୍ଚଳରେ ଏକକାଳୀନ ଚଢାଉ କରାଯାଇଥିଲା। ପରେ ବିଭିନ୍ନ ଢାବା, ହୋଟେଲ, ଦୋକାନ ଗୁଡିକରୁ ୬୩ ଶିଶୁ ଶ୍ରମିକଙ୍କୁ ଚଢ଼ାଉ ବେଳେ ଉଦ୍ଧାର କରାଯାଇଛି।

ଏବେ ସେମାନଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ଶିଶୁ ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟରେ ଛାଡ଼ି ଦିଆଯାଇଛି। ତେବେ ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରୁ ଅଧିକାଂଶ ପିଲା ଅନୁଗୋଳ, ସୋନପୁର, ଗଞ୍ଜାମ, ନୟାଗଡ଼, ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ତାଙ୍କ ମଧ୍ୟରେ କିଛି ଶିଶୁ ପଶ୍ଚିମବଙ୍ଗ ଏବଂ ବିହାରର ହୋଇଥିବା ମଧ୍ୟ ପୋଲିସ ସୂଚନା ଦେଇଛି।