Odiapua.com

ପୁଣି ରାଜ୍ୟରେ ୩ କରୋନା ପଜେଟିଭ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୨୦୯

ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) ପୁଣି ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୨ ଓ ଜଗତସିଂହପୁରରୁ ୧। ଏହା ଫଳରେ ଓଡିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ କୁ ବୃଦ୍ଧି ପାଇଛି। ବାଲେଶ୍ବରର ଦୁଇଜଣ ୨୬ ବର୍ଷୀୟ ପୁରୁଷ ଓ ୨୯ ବର୍ଷୀୟ ପୁରୁଷ ସୁରାଟ ଫେରନ୍ତା ଓ ଜଗତସିଂହପୁରର ୭୦ ବର୍ଷୀୟ ପୁରୁଷ ଆକ୍ରାନ୍ତ କଲିକତା ଫେରନ୍ତା।
ତେବେ ଆଜି ଗୋଟିଏ ଦିନରେ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ବାଲେଶ୍ୱର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୭ ହୋଇଛି । ଜଗତସିଂହପୁର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ ହୋଇଛି ।

ପୁନଶ୍ଟ ସୂଚନାଯୋଗ୍ୟଯେ, ବର୍ତ୍ତମାନ ରାଜ୍ୟର ୧୮ଟି ଜିଲା କରୋନା ସଂକ୍ରମିତ ହୋଇଛି।

ଯାଜପୁର ଜିଲାରେ ୫୫ ଜଣ, ଖୋର୍ଦ୍ଧା ଜିଲାରେ ୪୭ ଜଣ, ବାଲେଶ୍ୱର ଜିଲାରେ ୨୭ ଜଣ, ଭଦ୍ରକ ରେ ୨୧ ଜଣ ଗଞ୍ଜାମ ଜିଲାରେ ୨୧ ଜଣ, ସୁନ୍ଦରଗଡ଼ ଜିଲାରେ ୧୨ ଜଣ, କେନ୍ଦ୍ରାପଡ଼ା ୩ ଜଣ ମୟୁରଭଂଜ ଜିଲାରେ ୪ ଜଣ, କଳାହାଣ୍ଡି ୨ଜଣ, ବଲାଙ୍ଗୀର ୨ଜଣ, ଝାରସୁଗୁଡ଼ା ୨ଜଣ, କେନ୍ଦୁଝର ୨ଜଣ, କଟକ ଜିଲାରେ ୨ ଜଣ, ଢେଙ୍କାନାଳ ୧, ପୁରୀ, ୧ କୋରାପୁଟ ୧ ଏବଂ ଦେବଗଡ଼ ଜିଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୧୪୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ରାଜ୍ୟରେ ବର୍ତ୍ତମାନ ୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୨ ଜଣ ସୁସ୍ଥ ହୋଇଛନ୍ତି। ୧୪୫ ଜଣ ସକ୍ରିୟ ରୋାଗୀ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।