Odiapua.com

ପୁଣି ରାଜ୍ୟରେ ବର୍ଷା

ଭୁବନେଶ୍ୱର, ୦୧/୧୧, (ଓଡ଼ିଆ ପୁଅ ପି ନାୟକ):ଶୀତ ପରିବର୍ତ୍ତେ ଏବେ ପୁଣି ଫେରୁଛି ବର୍ଷା। ଏବେ ଅଧିନରେ ଲଗାଣ ବର୍ଷା ହେଉଛି। ଗତ ସପ୍ତାହରେ ପ୍ରବଳ ମାତ୍ରାରେ ଲଗାଣ ବର୍ଷା ଯୋଗୁଁ ଅନେକ ଜିଲ୍ଲା ପ୍ରଭାବିତ ହୋଇଥିଲା। ହେଲେ ଏବେ ପୁଣି ନଭେମ୍ବର ୩ ରୁ ବର୍ଷା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଉତ୍ତର ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାରୁ ବର୍ଷା ହେବାର ଆଶଙ୍କା ରହିଛି। ଉତ୍ତର ଭାରତରେ ସୃଷ୍ଟି ହେଉଥିବା ଗୁରୁଚାପ ଜାରି ରହିଛି। ଆସନ୍ତାକାଲିଠାରୁ ତାହା ଅଧିକ ବିସ୍ତୃତ ହେବ। ଯାହାକି ପାକିସ୍ତାନଠାରୁ ଓଡ଼ିଶା ପର୍ଯ୍ୟନ୍ତ ବ୍ୟାପିବ। ଏବେ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ରହିଛି, ଯାହାଦ୍ବାରା ନଭେମ୍ବର ୧ ଓ ୨ରେ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ହାଲକାରୁ ସ୍ବଳ୍ପ ବର୍ଷା ହୋଇପାରେ। ୩ ତାରିଖରେ ଥାଇଲାଣ୍ଡର ଦକ୍ଷିଣରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାୟତଃ ପଶ୍ଚିମ ଦିଗରେ ଗତି କରିବ। ନଭେମ୍ବର ୬ରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥାପିତ ହେବ। ୭ ତାରିଖରେ ଆଣ୍ଡାମାନ ଅତିକ୍ରମ କରିବ।