Odiapua.com

ପୁଣି ବ୍ରହ୍ମପୁର ପୋଲିସର ଏନକାଉଣ୍ଟର- ଜଣେ ଆହତ

ବ୍ରହ୍ମପୁର: ୪/୦୭/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବ୍ରହ୍ମପୁର ପୋଲିସର ପୁଣି ଏକ ଏନକାଉଣ୍ଟର। ପୋଲିସ ଗୁଳିର ଶିକାର ଦୁର୍ଦାନ୍ତ ଅପରାଧୀ କୁନା ବେହେରା। କୁନାର ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ କୁନାକୁ ଏମ୍ କେ ସି ଜି ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗୋଳନ୍ଥରା ଓ ସଦର ଥାନା ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ ଓ ଏନକାଉଣ୍ଟର କରାଯାଇଥିଲା। ଟାମଣା ଘାଟି ଇଲାକାରେ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇ କୁନା ଗିରଫ ହୋଇଛି। ବ୍ରହ୍ମପୁର ପୁଲିସର ଅଚାନକ ଏଭଳି ଅପରେସନ ଏବେ ଅନ୍ୟ ଅପରାଧୀଙ୍କ ମନରେ ଛନକା ପଶାଇ ଦେଇଛି। କୁନା ନାଁରେ ରହିଛି ଏକାଧିକ ମାମଲା।

ଆଜି ଚଢ଼ାଉ ବେଳେ ପୁଲିସକୁ ଦେଖି କୁନା ଅଚାନକ ପୁଲିସ ଉପରରୁ ଗୁଳିମାଡ଼ କରିଥିଲା। ପ୍ରତି ଜବାବରେ ପୁଲିସ ମଧ୍ୟ କୁନା ଉପରକୁ ପାଲଟା ଗୁଳି ଚଳାନ କରିଥିଲେ।

ସେପଟେ ଏହି ଘଟଣାରେ ଗୋଳନ୍ଥରା ଥାନା ଅଧିକାରୀ ଆଲୋକ ଜେନା ଓ ଏସଆଇ ଜଗନ୍ନାଥ ପ୍ରଧାନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। କୁନାର ଅନ୍ୟ ସହଯୋଗୀଙ୍କୁ ଧରିବା ଲାଗି ପୁଲିସ ଏବେ ବି ତନାଘନା ଚଳାଇଥିବା ସୂଚନା ମିଳିଛି। କୁନା ପାଖରୁ ଗୋଟିଏ ବନ୍ଧୁକ ଓ ୨ରାଉଣ୍ଡ ଗୁଳି ସମେତ ବାଇକ ଜବତ କରାଯାଇଛି।