Odiapua.com

ପୁଣି ପୁରୀ ରେଳଷ୍ଟେସନ ହେବ ଚଳଚଞ୍ଚଳ

ପୁରୀ, ୨୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଦେଶରେ କରୋନା ପାଇଁ ଲକଡାଉନ କରାଯାଇଥିବା ଯୋଗୁଁ ରେଳଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ରେଳ ମନ୍ତ୍ରଣାଳୟ ଓ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ପରେ ରେଳଚଳାଚଳ କରାଯିବା ପାଇଁ ନିଷ୍ପତି ନିଆଯାଇଛି। ଏହି ପରିପେକ୍ଷୀରେ ପୂର୍ବତଟ ରେଳବାୟୀ ପକ୍ଷରୁ ଜୁନ ପଇଲା ଠାରୁ ପୁରୀରୁ ପୁରୁଷୋତମ ଏକ୍ସପ୍ରେସ ଓ ସିଆଲଦା ଏକ୍ସପ୍ରେସ୍ ଚଳାଚଳ କରାଯିବା ପାଇଁ ନିଷ୍ପତି ହେବା ପରେ ପୁରୀ ରେଳଷ୍ଟେସନ ରେ ଥିବା ଟିକେଟ ସଂରକ୍ଷଣ କେନ୍ଦ୍ରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଏଥିପାଇଁ ଲୋକମାନେ ସମ ଦୂରତା ରଖି ଧାଡିରେ ଛିଡା ହୋଇ ଟିକେଟ ନେବା ଦେଖାଯାଇଥିଲା।