Odiapua.com

ପୁଣି ତାତିଲେ ଚାଷୀ : ଟୋକନ ପାଇ ଧାନ ବିକ୍ରି ନ କରିପାରି ଲ୍ୟାମ୍ପରେ ଏମ୍.ଡି.ଙ୍କ କାର୍ଯ୍ୟାଳୟରେ ଏମ.ଡି ଙ୍କୁ ତାଲା ଠୁଙ୍କିଲେ ଚାଷୀ

ପାଟଣା ୧୮-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) – ଟୁକୁନ ପାଇ ମଧ୍ୟ ଧାନ ବିକ୍ରି କରି ନ ପରିବାରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଲ୍ୟାମ୍ପ ର ଚେମେଣା ଶାଖା କକାର୍ଯ୍ୟାଳୟ ରେ ଏମ ଡି ଜିତେନ୍ଦ୍ର ସିଂ ଙ୍କୁ ବୁଧବାର କାର୍ଯ୍ୟାଳୟ ରେ ତାଲା ପକାଇଛନ୍ତି ଅଞ୍ଚଳର ଚାଷୀ। ଅଭିଯୋଗ ଅନୁଯାୟୀ ଚାଷୀ ମାନେ ଧାନ ବିକ୍ରି କରିବା ପାଇଁ ଟୁକୁନ ପାଇ ଥିଲେ ମଧ୍ୟ ଧାନ କିଣିବା ଲକ୍ଷ ଧାର୍ଯ୍ୟ ହୋଇଯାଇଥିବା ରୁ ଲ୍ୟାମ୍ପ କତ୍ତୃପକ୍ଷ ଧାନ କିଣିବାକୁ ମନା କରୁଛନ୍ତି।ଚଳିତ ବର୍ଷ ଚେମେଣା ଲ୍ୟାମ୍ପ ରେ ୧୮୨୩ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ରେଜିଷ୍ଟ୍ରେସନ କରିଥିଲେ। ସେଥି ମଧ୍ୟରୁ ୧୬୧୮ ଜଣ ଚାଷୀ ଧାନ ବିକ୍ରି କରିବା କୁ ଟୁକୁନ ପାଇଥିଲେ। କିନ୍ତୁ ୧୦୦୦ ଜଣ ଚାଷୀ ଧାନ ବିକ୍ରି କରିଥିବା ବେଳେ ଆଉ ୬୧୮ ଜଣ ଚାଷୀ ଟୁକୁନ ପାଇ ମଧ୍ୟ ଧାନ ବିକ୍ରି କରି ପାରି ନାହାଁନ୍ତି। ସେପଟେ ଧାନ ବିକ୍ରି କରିବା ପାଇଁ ଲ୍ୟାମ୍ପ କୁ ଚାଷୀ ଆସିଲେ ଲ୍ୟାମ୍ପ କର୍ତ୍ତୃପକ୍ଷ ଧାନ ନେବାପାଇଁ ମନା କରିବା ସହ ସରକାର ଙ୍କ ଧାନକିଣା ପାଇଁ ହୋଇଥିବା ଧାର୍ଯ୍ୟ ଲକ୍ଷ ସମ୍ପୁର୍ଣ୍ଣ ହୋଇଯାଇ ବୋଲି କହୁଛନ୍ତି। ଏହାକୁ ବିରୋଧ କରି ଚାଷୀ ଲ୍ୟାମ୍ପ ରେ ତାଲା ପକାଇଛନ୍ତି। ଯେ ପର୍ଯ୍ୟନ୍ତ ଚାଷୀଙ୍କ ଧାନ କିଣା ନଯିବ ସେ ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନ ରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳର ଚାଷୀ। ଖୁବ ଶୀଘ୍ର ସମସ୍ୟା ର ସମାଧାନ ନ ହେଲେ ଆନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପଡିବ ବୋଲି କହିଛନ୍ତି ଭାରତୀୟ କିଷାନ ସଙ୍ଘର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ମହାନ୍ତ।