Odiapua.com

ପୁଣି ଜୁଆ ଆଡ୍ଡା ଉପରେ ଚଢାଉ

ବ୍ରହ୍ମପୁର,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ବ୍ରହ୍ମପୁର ସହରର ତିନୋଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ପୋଲିସ । ସୂଚନା ଅନୁସାରେ, ଆଙ୍କୁଲିରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ ଜୁଆଡିଙ୍କୁ  ପୋଲିସ ଗିରଫ କରି ସେମାନଙ୍କ  ନିକଟରୁ ୪ଟି ମୋବାଇଲ ଫୋନ ସହ ୪୮ ହଜାର ଟଙ୍କା ଜବତ ହୋଇଛି । ସେହିଭଳି ଭାବିନିପୁର ଅଞ୍ଚଳରେ ମଧ୍ୟ ଆଉ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୨୧ ହଜାର ଟଙ୍କା ଜବତ ସହ ୪ ଜଣ ଗିରଫ ହୋଇଛନ୍ତି ।