ନୂଆପଡ଼ା, ୧୯/୦୮ (ଓଡ଼ିଆ ପୁଅ/ନନ୍ଦିଘୋଷ ଖମାରୀ) – ନୂଆପଡା ଜିଲ୍ଲା କୋମନା ଥାନା ବିଶିବାହାଲ ନିକଟ ବିଜୁ ଏକ୍ସପ୍ରେସ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଜଣକ ବିଶିବାହାଲ ଗାଁର ବିସ୍ୱାମିତ୍ର ଭୋଇ (୪୩) ବୋଲି ଜଣାପଡିଛି। ଖବର ପାଇ କୋମନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି। ପ୍ରକାଶଯୋଗ୍ୟ ଅଟେ ଚଳିତ ମାସରେ ଉକ୍ତ ନବ ନିର୍ମିତ ବିଜୁ ଏକପ୍ରେସ ୱେର ବିଭିନ୍ନ ସ୍ଥାନରେ ଅନ୍ୟୁନ ଭାବରେ ୧୦ ରୁ ଅଧିକ ଦୁର୍ଘଟଣା ହୋଇଥିବା ବେଳେ ୫ରୁ ଅଧିକଙ୍କ ଜୀବନ ଯାଇଥିବା ସୂଚନା ରହିଛି।
ପୁଣି ଜୀବନ ନେଲା ବିଜୁ ଏକ୍ସପ୍ରେସ ୱେ – ଅଜଣା ଗାଡି ଧକ୍କାରେ ଜଣେ ମୃତ
