Odiapua.com

ପୁଣି ଜବତ ହେଲା ଧଳା ଜହର

ଭୁବନେଶ୍ଵର,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି । ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ର ମିଳିତ ଚଢାଉ କରିଥିଲା । ଚଢାଉ ବେଳେ ୨୫୦ଗ୍ରାମ୍ ର ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଏନେଇ ଭୁବନେଶ୍ବର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।