Odiapua.com

ପୁଣି ଜନନୀ ଜନ୍ତ୍ରଣା: ମେଡିକାଲ ଯିବାବେଳେ ଅଧାବାଟରେ ଅଟୋରେ ପ୍ରସବ କଲେ ମହିଳା

ବାଲିଗୁଡା, ୨୦/୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ଦାରିଙ୍ଗବାଡି ବ୍ଲକ କିରିକୁଟି ଅଞ୍ଚଳରେ ଘଟିଛି ଏଭଳି ଘଟଣା, କିରିକୁଟି ଗ୍ରାମର ଉତ୍ତମ ଦଣ୍ଡସେନାଙ୍କ ସ୍ତ୍ରୀ ସମିତା ଦଣ୍ଡସେନାଙ୍କର ଜନନୀ ଯନ୍ତ୍ରଣା ହୋଇଥିଲା। ଅତ୍ୟଧିକ ଯନ୍ତ୍ରଣା ହେଉଥିବାରୁ ପରିବାର ଲୋକେ ଆମ୍ବୁଲାନ୍ସ ନଡାକି ଗାଁ ର ଏକ ଅଟୋରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଭିମୁଖେ ବାହାରିଥିଲେ, ହେଲେ କିଛିବାଟ ଯିବାପରେ ଅଟୋରେ ହିଁ ମହିଳା ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ସେମାନଙ୍କୁ ସିମନବାଡି ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାପରେ ଉଭୟ ମା ଓ ଶିଶୁ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି। ସେପଟେ ପ୍ରଶ୍ନ ଉଠୁଛି ମା ଗୃହ କେଉଁ କାମରେ। ପ୍ରସୂତୀ ମହିଳାମାନଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ମା ଗୃହକୁ ଆଣି ପ୍ରସବ ସରିବା ପର୍ଯ୍ୟନ୍ତ ସମସ୍ତ ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ହେଲେ ଏହାର ବ୍ୟତିକ୍ରମ ଯୋଗୁଁ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି।