Odiapua.com

ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ,୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୩ ସୁସ୍ଥ

ମାଲକାନଗିରି,୩୧ ।୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ପୁଣି ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ,ଏହାକୁ ଲଗାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଁଚିଛି । ଏବେ କରୋନା ମହାମାରୀ କାୟାବିସ୍ତାର କରି ମାଲକାନଗିରି ଜିଲ୍ଲାର ତିନୋଟି ବ୍ଲକର ୬ଟି ପଚାଂୟତ ରେ ପହଁଚିସାରିଲାଣି ଗତ ୧୦ଦିନ ମଧ୍ୟରେ ୨୦ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇସାରିଲେଣି । ଆଜିର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତିକରାଯାଇଛି । ଏମାନଙ୍କ ମଧ୍ୟରୁ ପ୍ରଥମେ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତଙ୍କୁ ଭୁବନେଶ୍ୱର କୋଭିଡ ହସପାଟିଲାକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା । ସେ ତିନିଜଣ ସୁସ୍ଥ ହୋଇଥିବାର ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୁଚନା ମିଳିଛି । ଆଜିର ଚିହ୍ନଟ ଆକ୍ରାନ୍ତ ତାମିଲନାଡୁ ଫେରନ୍ତା ସେ ଏମଭି୭୨ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କ୍ୱାରେଟାଂଇନ ରହୁଥିଲେ ବୋଲି ଜଣାପଡିଛି । କାଲିମେଳା ବ୍ଲକର ଏମଭି୭୩,ପୁଷୁଗୁଡା,ଏମଭି୭୨, ମାଲକାନଗିରି ପୌରପରିଷଦ,ପଡିଆ ବ୍ଲକ ବାପନପାଲି,ମାଲକାନଗିରି ବ୍ଲକର ମାର୍କାପାଲି, ଖଇରପୁଟ ବ୍ଲକ ର ରାଷବେଡା ସହ ୮ ଟି କ୍ୱାରେଟାଂଇନ କେନ୍ଦ୍ର ଗୁଡିକୁ କଟେଂନମେଟଂ ଜୋନ ଭାବେ ଘୋଷଣା କରାଯାଇ ସେ ଅଚଂଳରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେ ଅଚଂଳରେ ଦୋକାନବଜାର ବନ୍ଦରହିବା ସହ କେହି ଗ୍ରାମବାସୀ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଇତିମଧ୍ୟରେ ୩୨୬୭ ନମୁନା ସଂଗ୍ରହ ହୋଇ ଭୁବନେଶ୍ୱରକୁ ପରୀକ୍ଷା ନିମନ୍ତେପଠା ଯାଇଥିଲା ସେଥିମଧ୍ୟରୁ ଆଜି ସୁଦ୍ଧା ୩୨୧୩ ନମୁନା ରିପୋର୍ଟ ହସ୍ତଗତ ହୋଇଛି,୨୦ଟି ପଜିଟିଭ ଓ ୩୧୯୩ ଟି ନମୁନା ନେଗେଟିଭ ଥିବା ବେଳେ ୩ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୫୪ଟି ନମୁନା ରିପୋର୍ଟ ହସ୍ତଗତ ହୋଇନଥିବାର ଜଣାପଡିଛି । ୨୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ପୁରୁଷ,୬ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି । ୨୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହୋଇ ଥିବା ବେଳେ ଅନ୍ୟ୧୭ଜଣ କୋଭିଡ ହସପାଟିଲରେ ଚିକିତ୍ସିତ ହେଉଛନ୍ତି । ସେ ୧୭ଜଣ ମଧ୍ୟ ଖୁବଶିଘ୍ର ସୁସ୍ଥ ହେବେ ବୋଲି ଆଶାପ୍ରକଟ କରାଯାଇଛି ।ଆଜିର ସଂକ୍ରମଣଙ୍କ ଟ୍ରାଭେଲ ରିପୋର୍ଟ ଜଣାପଡିଯାଇଛି ,ଚିହ୍ନଟ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ତଦନ୍ତ ଚାଲିଛି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ପରାମର୍ଶ ଦେଇଛନ୍ତି ।