Odiapua.com

ପୁଣି ଗହଣା ଲୁଟିଲେ ଲୁଟେରା

ବାଲେଶ୍ବର,୧୯/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ବାଲେଶ୍ଵର ଜିଲ୍ଲା ସୋର ଡାକ୍ତରଖାନା ଛକ ନିକଟରେ ଲୁଟ୍ ହୋଇଛି । ଜଣେ ଗହଣା ଦୋକାନୀଙ୍କ ଠାରୁ ଦୁର୍ବୃତ୍ତ ପ୍ରାୟ ୨ କେଜିର ରୂପା ଲୁଟି ନେଇଛନ୍ତି । ସୂଚନା ଅନୁସାରେ, ଉଷା ଜୁଏଲାରୀ ନାମକ ଗହଣା ଦୋକାନର ମାଲିକ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ସେହି ସମୟରେ ଦୁଇ ଜଣ ଯୁବକ କଳା ପଲସରରେ ଆସି ଉକ୍ତ ବ୍ୟାଗ କୁ ଝାମ୍ପି ନେଇଥିଲେ । ଲକ୍ଷ୍ମୀ ପୂଜା ଭସାଣୀ ଥିବାରୁ ଗହଳିରେ ସେମାନେ ଆସି ପଳାଇଥିଲେ । ଏନେଇ ଦୋକାନୀ ମାଲିକ ଥାନାରେ ଅଭିଯୋଗ କରିଛନ୍ତି ।