Odiapua.com

ପୁଣି ଖଟିଆରେ ବୁହାହେଲେ ପ୍ରସୂତୀ

ବାଲିଗୁଡା, ୧୨/୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ପୁଣି ଖଟିଆରେ ବୁହାହେଲେ ପ୍ରସୂତୀ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡର ତୁମୁଡିବନ୍ଧ ବ୍ଲକ୍ ଗୁମା ପଞ୍ଚାୟତର ସୁଶାଭଟା ଗ୍ରାମରେ। ଉକ୍ତ ଗ୍ରାମର କୃଷ୍ଣ ମାଝି, ନିଜ ସ୍ତ୍ରୀର ପ୍ରସବ ହେବାରୁ ଖଟରେ ଦୋଳି କରି ୩ କିଲୋମିଟର ଚାଲି ଚାଲି ଆସୁଥିବାବେଳେ ତୁମୁଡ଼ିବନ୍ଧ ଆଶାକର୍ମୀ କମଳା ନାୟକ ଆମ୍ବୁଲାନ୍ସ ସେବା ପାଇଁ ଫୋନ କରିଥିଲେ, ‌କିନ୍ତୁ ଅଧା ବାଟରେ ଖରାପ ହୋଇଥିବା ହେତୁ ବହୁ ସମୟ ଜଗିବା ପରେ ୧୨୦୦ ଟଙ୍କା ଦେଇ ଏକ ଅଟୋ ଯୋଗେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ବର୍ତ୍ତମାନ କିନ୍ତୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ବେଳେ ମା ଓ ଶିଶୁ କନ୍ୟା ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ବିଷୟ ଚିକିତ୍ସା କରୁଥିବା ଡକ୍ଟର କହିଛନ୍ତି।