Odiapua.com

ପୁଣି ଉଛୁଳିଲା ବୈତରଣୀ,ବୋଡକ ନିକଟରେ କୂଳ ଲଘିଂବାରୁ ଜାତୀୟ ରାଜପଥ ଉପରେ ଚାଲିଲା ବନ୍ୟାପାଣି, ଦେଢ଼ କିମି କଂକ୍ରିଟ ରାସ୍ତା ଓ ୫ଶହ ଫୁଟର ଘାଇର ଚାଲିଛି ଅସ୍ଥାୟୀ ମରାମତି

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ସୋମବାର ମଧ୍ୟାହ୍ନରୁ ଉଛୁଳିଲା୍ୱାରେ ଲାଗିଛି ବୈତରଣୀ ନଦୀର ଜଳ। ଏପରିକି ବୈତରଣୀ ନଦୀ ବୋଡକ ନିକଟରେ କୂଳ ଲଘିଂବାରୁ ୨୦ ନମ୍ବର ଜାତୀୟ ରାଜପଥ ଉପରେ ପୁଣି ବନ୍ୟାପାଣି ଚାଲିଛି। ଦୀର୍ଘ ୧ମାସ ହେବ ବୈତରଣୀ ନଦୀରେ ଆସିଥିବା ୫ଥର ବନ୍ୟାରେ ଧୋଇଯାଇଥିଲା ଆଖଣ୍ଡଳମଣି- କୁଆଖିଆ ଜାତୀୟ ରାଜପଥର ଦେଢ଼ କିମି କଂକ୍ରିଟ ରାସ୍ତା। ଏଥିସହ ନଦୀକୁ ଲାଗିକରି ରାସ୍ତା ଥିବାରୁ କଂକ୍ରିଟ ହୋଇଥିବା ଫଳରେ ୫ଶହ ଫୁଟର ଘାଇ ସୃଷ୍ଟି ହୋଇ ବନ୍ୟାପାଣି କ୍ଷେତ ଓ ଜନବସତି ଆଡ଼କୁ ମାଡ଼ି ଚାଲିଥିଲା। ଏହି ଘାଇ ଓ କଂକ୍ରିଟ ରାସ୍ତାର ପାଣିକୋଇଲି ଏନ୍ ଏଚ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ବ୍ୟୟବରାଦ କରାଯାଇ ଅସ୍ଥାୟୀ ମରାମତି କରାଯାଉଥିଲେ ମଧ୍ୟ ବହୁ ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ୱରୁ ବାଲି, ମାଟି ଧୋଇଯାଇଥିବାରୁ ନଦୀର ବନ୍ୟାପାଣି ଏବେବି ଚାଲିଛି । ତାହାସହ ବୋଡକ ଖେଳ ପଡିଆ ଠାରୁ ଷାଠିବାଙ୍କୁଡା ନଦୀବନ୍ଧ ପର୍ଯ୍ୟନ୍ତ ଅନେକ ସ୍ଥାନରେ କଂକ୍ରିଟ ରାସ୍ତା ବନ୍ୟା ପାଣିରେ ଭାଙ୍ଗି ଧୋଇ ଯାଇଥିବାରୁ ବଡ଼ବଡ଼ ଘାଇ ସୃଷ୍ଟି ହୋଇ ବନ୍ୟାପାଣି ମାଡ଼ି ଚାଲିଥିବାରୁ ଆରଡି ସମେତ ୨୪ ଗାଁରେ ଛାଡୁନି ବନ୍ୟାପାଣି। ଏବେବି ବହୁ ଗାଁ ରାସ୍ତାରେ ୨/୩ଫୁଟ ଉଚ୍ଚରେ ବନ୍ୟାପାଣି ଚାଲୁଛି। ଏଥିସହ ୪ଟି ପଂଚାୟତର ୨୪ଟି ଗାଁର କ୍ଷେତରେ ୩/୪ଫୁଟ ଉଚ୍ଚରେ ବନ୍ୟାପାଣି ଲହଡ଼ି ମାରୁଥିବାରୁ ସମ୍ପୁର୍ଣ୍ଣ ଭାବେ ଉଜୁଡି ଯାଇଛି ଚାଷୀଙ୍କର ବର୍ଷକର ଆହାର । ବୋଡକ ନିକଟରେ ଏନ୍ ଏଚ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ବ୍ୟୟବରାଦ କରାଯାଇ ଅସ୍ଥାୟୀ ଭାବେ ଘାଇ ମରାମତି କାମ ଚାଲିଥିଲେ ମଧ୍ୟ ବନ୍ୟାପାଣି ଅନେକ ସ୍ଥାନରେ ଚାଲୁଥିବାରୁ ପୁଣି ବନ୍ୟା ସ୍ଥିତି ଦେଖା ଦେଇଛି।