Odiapua.com

ପୁଞ୍ଜି ନିବେଶ ପାଇଁ କୋରିଆ କମ୍ପାନୀ ଓଡ଼ିଶା ମୁହାଁ

ଭୁବନେଶ୍ଵର,୨୪/୦୯,(ଓଡ଼ିଆ ପୁଅ ପି ନାଏକ): ପୁଣି ଓଡିଶାରେ ପୁଞ୍ଜି ନିବେଶ କରିବ ପାଇଁ ମନ ବଳାଇଛି ଦକ୍ଷିଣ କୋରିଆ । ରିପବ୍ଲିକ୍‌ ଅଫ କୋରିଆର ରାଷ୍ଟ୍ରଦୂତ ଶିନ୍ ବୋଙ୍ଗ କିଲଙ୍କ ନେତୃତ୍ୱରେ ୪୬ ଜଣିଆ କାରାଭାନ ଓଡିଶା ଆସି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଆଉ ଓଡିଶାରେ ପୁଞ୍ଜିନିବେଶ କରିବା ପାଇଁ ମନ ବଳାଇଛନ୍ତି । ସେପଟେ ପୁଣି ରାଜ୍ୟରେ ବିଦେଶୀ ପୁଞ୍ଜି ନିବେଶ ସମ୍ଭବ ହୋଇପାରିବ କି ନାହିଁ ତାହା ଉପରେ ଆଶଙ୍କା କରିଛନ୍ତି ବିରୋଧୀ ।କୋରିଆନ ଷ୍ଟିଲ କମ୍ପାନୀ ପୋସ୍କୋ ଓଡିଶାରୁ ମୁହିଁ ଫେରାଇ ନେଲା ପରେ ଏବେ ପୁଣି ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ଦେଖାଇଛି କୋରିଆ । ପୂର୍ବରୁ କୋରିଆନ୍‌ ଷ୍ଟିଲ କମ୍ପାନୀ ପୋସ୍କୋ ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିବାରେ ବିଫଳ ହୋଇଥିଲା ।