Odiapua.com

ପୁଅ-ବୋହୂ ଦ୍ୱାରା ନିର୍ଯାତନାର ଶିକାର ବୃଦ୍ଧା ମାଆ

ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ) : ପୁଅର ନିର୍ଯାତନା ସହି ନପାରି ଜିଲ୍ଲାପାଳଙ୍କଠାରେ ଜନୈକ ବୃଦ୍ଧା ଆଜି ଫେରାଦ ହୋଇଛନ୍ତି। ବୃଦ୍ଧା ଜଣକ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ନୂଆସାହି ଅଞ୍ଚଳର ସ୍ୱର୍ଗତ ଦେବେନ୍ଦ୍ର ରାଉତଙ୍କ ପତ୍ନୀ ଜାନକୀ ରାଉତ(୭୦)। ଦୁଇ ପାରିଲା ପୁଅର ମାଆ ହୋଇ ବି ସାମାଜିକ ସୁରକ୍ଷା ପାଇଁ ସେ ଜିଲ୍ଲାପାଳଙ୍କଠାରେ ଆପତ୍ତି କରିଛନ୍ତି। ସାନପୁଅ ବାହାରେ ରହୁଥିବା ବେଳେ ବଡ଼ପୁଅ ଓ ତା’ର ପରିବାରଙ୍କ ନିକଟରେ ବୃଦ୍ଧା ଶ୍ରୀମତୀ ରାଉତ ରହି ଆସୁଥିଲେ। ମାତ୍ର ବଡ଼ପୁଅ, ତ’ର ପତ୍ନୀ ଏମିତିକି ନାତିମାନେ ମଧ୍ୟ ତାଙ୍କୁ ଖାଇବା ପିଇବାକୁ ନଦେବା, ରୋଗ ହେଲେ ଔଷଧ ନଦେବା ଓ କିଛି କହିଲେ ମାଡ଼ ମାରିବାକୁ ପଛାଉ ନାହାନ୍ତି ବେଲି ଶ୍ରୀମତୀ ରାଉତ କହିଛନ୍ତି। ଏହି ସବୁ ଘଟଣାକୁ ନେଇ ସେ ଗତ କିଛିଦିନ ତଳେ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ମାତ୍ର ପୁଲିସ କିଛି ନ ବୁଝିବା ଯୋଗୁଁ ଶେଷରେ ଜିଲ୍ଲାପାଳଙ୍କଠାରେ ଆପତ୍ତି ଜଣଶଇବାକୁ ଆସିଥିବା ସେ କହିଛନ୍ତି। ତୁରନ୍ତ ଏ ବାବଦେ ଉଚିତ ପଦକ୍ଷେପ ନେବାକୁ ସେ ଗୁହାରୀ କରିଛନ୍ତି।