ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜସ୍ଥାନ ସ୍ଥିତ ଅଜମେର ସରିଫ୍ ଠାରେ ପୀରବାବା ହଜରତ ଖୁୱାଜା ଗରିବନୱାଜ ଚିସ୍ତିଙ୍କ ୮୧୪ତମ ବାର୍ଷିକ ଉର୍ସ ଉତ୍ସବ ହେଉଥିବା ବେଳେ ଏହି ଉପଲକ୍ଷେ ଧାମନଗର ଠାରେ ମଧ୍ୟ ମହା ସମାରୋହରେ ପାଳିତ ହୋଇଯାଇଛି। ଶନିବାର ଏହି ଅବସରରେ କମିଟି ତରଫରୁ ଚାଦର ଶୋଭାଯାତ୍ରା ବାହାରି ଏନ୍ ଏ ସି ଅନ୍ତର୍ଗତ ବିଭିନ୍ନ ମଜାର ସରିଫରେ ପହଞ୍ଚି ପୀରବାବାଙ୍କ ଆସ୍ତାନରେ ଚାଦର ଚଢାଇ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ନଙ୍ଗର (ଭୋଗ) ବଣ୍ଟନ କରାଯାଇଥିଲା। ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୯ନମ୍ବର ୱାର୍ଡ କୋରେସିମହଲ୍ଲା ଠାରେ (କେ.ଜି.ଏନ) କ୍ଲବ ଆନୁକୂଲ୍ୟରେ ରାତି ପ୍ରାୟ ୧୦ଟା ସମୟରେ ଏକ କୱାଲି ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସେକ ଜାଫର ଅଲ୍ଲୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅମିତ କୁମାର ମଲ୍ଲିକ ଦୈନିକ ଖବରକାଗଜ “ସକାଳ”ର ପ୍ରକାଶକ ତଥା ପୂର୍ବତନ ବିଧାୟକ ଧାମନଗର ମାନସ ରଞ୍ଜନ ମଲ୍ଲିକ ପୁଅଙ୍କ କରକମଳରରେ କବାଲି ପ୍ରୋଗ୍ରାମ ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟିତ ହୋଇଥିବା ବେଳେ ଧାମନଗର ଉନ୍ନତି ପାଇଁ ମୋ ଦ୍ୱାରା ଯେତେ ସମଭବ ମୁଁ ସାହାଯ୍ୟ କରିବି ବୋଲି ଶ୍ରୀ ଅମିତ ମଲ୍ଲିକ ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ଏନ୍ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ଉପାଧ୍ୟକ୍ଷ ଓସିମ ଏଜଦାନି କାଦରୀ,ସ୍ଥାନୀୟ କାଉନସିଲର ନଜମା ଖାତୁନ,ସମାଜସେବୀ ଲମ୍ବୋଦର ଜେନା,ସେକ ଅବଦୁଲ ହକିମ ପ୍ରମୁଖ ଯୋଗ ଦେଇ ପୀରବାବା ଖୁୱାଜା ଗରିବନୱାଜ ଚିସ୍ତିଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁସ୍ତଫାପୁର ସରପଞ୍ଚ ପ୍ରତିନିଧି ସେକ ମୁସ୍ତାକ,ସେକ ମୁରତୁଜା,ପୂର୍ବତନ ସରପଞ୍ଚ ସୁରଜିତ ପାତ୍ର,ଏମଡି ତାଜୁଦ୍ଦିନ,ସାମ୍ବାଦିକ ଦୁର୍ଗାପ୍ରସାଦ ମହାପାତ୍ର, ଦୀନକୃଷ୍ଣ ମହାପାତ୍ର,ଏମଡି ଜାବିର ବାବୁ,ସେକ ସାହିଲ,ସେକ କାଦିର,ସେକ ମମତାଜ,ଏମଡି ଇଜହାର,ସେକ ସଲାଉଦ୍ଦିନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅନ୍ୟ ରାଜ୍ୟରୁ ଆସିଥିବା କୱାଲ୍ ଆବିଦ ସାବ୍ରୀ (ବନାରସ) ଏବଂ ହାକିକ ୱାର୍ଷି(ବିହାର) ଦୁଇ ଦଳ ମଧ୍ୟରେ କୱାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୀରବାବାଙ୍କ ଭକ୍ତ ଓ ଶ୍ରଦ୍ଧାଳୁ ଏହି କୱାଲି ମନୋରଞ୍ଜନକୁ ଉପଭୋଗ ସହିତ କର୍ତାଳି ମାଧ୍ୟମରେ ଉତ୍ସାହିତ କରିଥିଲେ। କମିଟିର ସଭାପତି ସେକ ଅନ୍ ଅହେମ୍ମଦ ଚିସ୍ତି,ସମ୍ପାଦକ ଏକବାଲ ଅହେମ୍ମଦ ଚିସ୍ତି,ସହସମ୍ପାଦକ ସେକ ଅଫସର ବାବୁ,ଉପସଭାପତି ପରବେଜ ଅହେମ୍ମଦ ଚିସ୍ତି,ବରିଷ୍ଠ ସଦସ୍ୟ ସେକ ଜାହାଙ୍ଗିର,ସେକ ବାବୁ,ସେକ ସଲିମୁଦ୍ଦିନ,ସେକ ଆସକାରି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବିଜେଡି ନଗର ସଭାପତି ବିଜୟ କେତନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ମୁତୟନ କରାଯାଇଥିଲା ବୋଲି ଆଇଆଇସି ରଞ୍ଜନ କୁମାର ସେଠୀ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ପ୍ରଥମେ ଶ୍ରୀ ଅମିତ ମଲ୍ଲିକ ଖାନକା ସରିଫ ପୀରବାବାଙ୍କୁ ଦର୍ଶନ ସହ ଆଶୀର୍ବାଦ ପୂର୍ବକ କବାଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ୨୦୨୯ ନିର୍ବାଚନ ସାଧାରଣ ବର୍ଗ ହେବାକୁ ଯାଉଛି। ଶ୍ରୀ ମଲ୍ଲିକଙ୍କ ଏହି ଗସ୍ତକୁ ନେଇ ବେଶ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।