Odiapua.com

ପୀତାମ୍ବରଙ୍କୁ ପରିହାସର ପାତ୍ର କରିଦେଲାଣି ବିଜେପି: ବିଜେଡି

ଭୁବନେଶ୍ୱର, ୨୧/୧୧ (ଓଡ଼ିଆ ପୁଅ) : ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଜଣେ ବରିଷ୍ଠ ଆଇନଜୀବୀ ଯିଏ କି ଆଇନକୁ ଭଲ ଭାବେ ଜାଣନ୍ତି। ମୁଁ ତାଙ୍କ ଭଳି ଜଣେ ବରିଷ୍ଠ କିମ୍ବା ଅଭିଜ୍ଞ ନୁହେଁ, କିନ୍ତୁ ମତେ ଖରାପ ଲାଗୁଛି ଯେ ଏଭଳି ଜଣେ ବରିଷ୍ଠ ଆଇନ୍ଜୀବୀଙ୍କୁ ଓଡିଶା ବିଜେପି ନିଜର ସଙ୍କୀର୍ଣ୍ଣ ରାଜନୈତିକ ଏଜେଣ୍ଡା ପାଇଁ ପରିହାସର ପାତ୍ରରେ ପରିଣତ କରିଦେଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି।

ଶ୍ରୀ ଆଚାର୍ଯ୍ୟଙ୍କ ବକ୍ତବ୍ୟର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି, ସେ ଏବେ ନିଜକୁ ଅଭିଶାପ ଦେଉଥିବେ ଯେ, ସେ କାହିଁକି ଓଡିଶା ବିଜେପିରେ ଯୋଗଦେଲେ ଏବଂ ଏଭଳି ମିଥ୍ୟା ବିବୃତ୍ତି ଦେଇ ନିଜର ଆଇନ୍‌ ବୃତ୍ତିକୁ କାହିଁକି ଅସମ୍ମାନ କରୁଛନ୍ତି।

ଯଦି ଏହିପରି ସେ ଜାରି ରଖନ୍ତି, ତେବେ ସେ ନିଜର ମହକିଲଙ୍କର ବିଶ୍ୱସନୀୟତା ହରାଇବେ। ଓଡିଶା ବିଜେପିରେ ତାଙ୍କର ଏଭଳି ସ୍ଥିତି ଦେଖି ମୋତେ ଦୟା ଆସୁଛି ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି।