Odiapua.com

ପି.ଏମ୍‌.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭଦ୍ରକରେ ପରୀକ୍ଷା ପେ ଚର୍ଚ୍ଚା

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ ସିଧା ପ୍ରସାରଣ ଦିଲ୍ଲୀରୁ ହେଉଥିବା କାର୍ଯ୍ୟକ୍ରମକୁ ପି.ଏମ୍‌.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭଦ୍ରକ ପରିବାର ତରଫରୁ ଛାତ୍ରଛାତ୍ରୀମାନେ ଦେଖିବା ପାଇଁ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ବିଦ୍ୟାଳୟର ପ୍ରାଚାର୍ଯ୍ୟା ପଦ୍ମାବତୀ ଦ୍ୱିବେଦୀଙ୍କ ଦ୍ୱାରା ଆୟୋଜନରେ ଛାତ୍ରଛାତ୍ରୀମାନେ ଶୃଙ୍ଖଳାର ସହ ଭାଗ ନେଇଥିଲେ । ବିଦ୍ୟାର୍ଥୀଗଣ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେଇ ପରୀକ୍ଷା ସମ୍ବନ୍ଧିତ ସମସ୍ତ ବିଚାର ଓ ବ୍ୟବସ୍ଥାକୁ ଜାଣିବା ସହିତ ନିଜର ଜୀବନକୁ କିପରି ଶୃଙ୍ଖଳିତ କରି ଗଢ଼ିପାରିବେ ସେ ବିଷୟରେ ପୂର୍ଣ୍ଣ ରୂପରେ ଅବଗତ ହେଲେ । ବିଶେଷ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଭାଷଣରେ “ପରୀକ୍ଷାକୁ ଏକ ଚାପ ନଭାବି ଏହାକୁ ଏକ ଉତ୍ସବରୂପେ ପାଳିଲେ ସମସ୍ତେ ସଫଳ ହେବେ”, ଏହି ବିଚାର ବିଦ୍ୟାର୍ଥୀଙ୍କ ହୃଦୟରେ ବେଶ ପ୍ରଭାବ ପକାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ମଧ୍ୟ ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ପରାକ୍ରମ ଦିବସ ଆଦି ପାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାଚାର୍ଯ୍ୟା ପଦ୍ମାବତୀ ଦ୍ୱିବେଦୀ, ଡଃ. ଧରଣୀଧର ପରିଡ଼ା, କିଶୋର କୁମାର ଦାସ, ରାଜେଶ କୁମାର ଶର୍ମା, ପୁଷ୍ପେନ୍ଦ୍ର କଚ୍ଛୱା, ଆଶୁତୋଷ ଧଳ, ଅନିଲ କୁମାର ମହାରଣା ଆଦି ପ୍ରମୁଖ ଶିକ୍ଷକଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।