Odiapua.com

ପିସିସି ସଭାପତିଙ୍କୁ ଆକ୍ରମଣର ତୀବ୍ର ନିନ୍ଦା – ଅଭିଯୁକ୍ତଙ୍କ ଗିରଫ ଦାବିରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ବାଲେଶ୍ୱର, ୧୮ା୧ (ଓଡ଼ିଆ ପୁଅ/ଅଭୟ ଦାସ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ଜଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ସଂଜୀବ ଗିରି ଅଧ୍ୟକ୍ଷତା କରିବା ସହିତ ପିସିସି ସଭାପତିଙ୍କୁ ଆକ୍ରମଣ ହୀନ ରାଜନୀତିର ପ୍ରତିଫଳନ ବୋଲି ଆରୋପ କରିଥିଲେ। ଏହି ଘଟଣାକୁ ୧୬ଘଣ୍ଟା ପୂରିବାକୁ ଯାଉଥିବା ବେଳେ କେବଳ ଜଣକୁ ଅଟକ ରଖି ପୁଲିସ ଦୋଷ ଛଡ଼େଇବାକୁ ଉଦ୍ୟମ କରିଥିବା ଶ୍ରୀ ଗିରି ଅଭିଯୋଗ କରିଥିଲେ। ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ଆନ୍ଦୋଳନ ତୀବ୍ରତର କରିବ ବୋଲି ସେ ଚେତାବନୀ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା କୃଷ୍ଣଗୋପାଳ ପଣ୍ଡା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପାରମିତା ମହାନ୍ତି, ମହିଳା କଂଗ୍ରେସ ରାଜ୍ୟ ନେତ୍ରୀ ଅର୍ଚ୍ଚନା ନନ୍ଦୀ, ମହିଳା ନେତ୍ରୀ ବାସନ୍ତି ସାମଲ, ଯୁବ କଂଗ୍ରେସ ଜିଲ୍ଲା ସଭାପତି ରଂଜନ ଦାସ, ସାଧାରଣ ସମ୍ପାଦକ ଭବାନୀ ମହାଳିକ, ଛାତ୍ରନେତା ଗୌତମ ସାହୁ, ସୌରଭ ବେହେରା ପ୍ରମୁଖ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଉପରେ ହୋଇଥିବା ଆକ୍ରମଣର ତୀବ୍ର ନିନ୍ଦା କରିଥିଲେ। ଏନେଇ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ସେମାନେ ଦାବି କରିଥିଲେ। ଏହି ଅବସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବାଲେଶ୍ୱର ଏସପିଙ୍କୁ ପ୍ରଦାନ କରାଯାଇଥିଲା।