ଭୁବନେଶ୍ୱର ୩୧.୧୦ (ଓଡ଼ିଆ ପୁଅ) – ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଉତ୍ସବ ଓ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉତ୍ସବ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଇନ୍ଦିରା ଗାନ୍ଧୀ ପାର୍କଠାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସେଠାରେ ଇନ୍ଦିରାଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ଅଧ୍ୟକ୍ଷ ସୁରେଶ କୁମାର ରାଉତରାୟ ଓ ସାଧାରଣ ସଂପାଦକ ଅମୀୟ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ସର୍ବଧର୍ମ ପ୍ରାର୍ଥନା, ପାଲା ପରିବେଷଣ ଓ ରାମଧୁନ୍ ଗାନ କରାଯାଇଥିଲା। ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉପସ୍ଥିତ ନେତୃବୃନ୍ଦ, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ରାଷ୍ଟ୍ରୀୟ ସଂହତି ଓ ଏକତା ବଜାୟ ରଖିବା ପାଇଁ ସଂକଳ୍ପପାଠ କରାଇଥିଲେ। ଶେଷରେ ଶିବାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ନେତୃବୃନ୍ଦ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଇନ୍ଦିରା ଗାନ୍ଧୀ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ଡମ୍ବରୁଧର ଉଲାକା, ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଠିର ଜେନା, ରବିନ୍ଦ୍ର କୁମାର ସେଠୀ, ଗୁରୁପଦ ନନ୍ଦ, ସମୀର କୁମାର ରାଉତରାୟ, ଡ. ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ସନ୍ଧ୍ୟା ମହାପାତ୍ର, ବିଣାପାଣି ସାମଲ, ମନୋରଞ୍ଜନ ଦାଶ, କିଶୋର ଜେନା, ମନୋଜ ଜେନା, ଜ୍ୟୋତିଷ ସାହୁ, ବିଷ୍ଣୁ ଚରଣ ବାରିକ, ଜାନକୀ ବଲ୍ଲଭ ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ଚିନ୍ମୟ ସୁନ୍ଦର ଦାସ, ବିକ୍ରମ ସାହୁ, ହଳଧର ସେଠୀ, ରଜନୀ କୁମାର ମହାନ୍ତି, ନରୋତମ ନାୟକ, ମନୋରଞ୍ଜନ ରାଉତରାୟ, ଅଲେଖ ସାମଲ, ଜାନକୀ ମଲ୍ଲିକ, ସ୍ୱାଧିନବାଳା ଦାସ, ସଂଜୟ ମିଶ୍ର, ପ୍ରକାଶ ମିଶ୍ର, କନକଲତା ମଲ୍ଲିକ, ସୁଶାନ୍ତ ତ୍ରିପାଠୀ, ବାଙ୍କନିଧି ବେହେରା, ନିହାର ବଳ, କୈଳାସ ସାହୁ, ଶୈଳେନ୍ଦୁ ମଜୁମଦାର, ଆଲୋକ ଲେଙ୍କା, ପ୍ରକାଶ ମହାନ୍ତି, ଆକାଶ ଭୂୟାଁ, ଦେବାଶିଷ ଭୂୟାଁ, ଜୟକୃଷ୍ଣ ମଲିଆ, ବିଜୟାନନ୍ଦ ଚାଉଳିଆ, ନିରଞ୍ଜନ ନାୟକ, ତରୁଣକାନ୍ତ ମିଶ୍ର, ପ୍ରଦୀପ ସ୍ୱାଇଁ, କୁସୁମ ପ୍ରଧାନ, କହ୍ନେଇ ସେଠୀ, ଶ୍ରୀୟାସ୍ମିତା ପଣ୍ଡା, ସୁଚନ୍ଦ୍ର ବାରିକ, ନରେଶ ମହାନ୍ତି, ଦେଓ ପ୍ରସାଦ, ରାଜକିଶୋର ବାରିକ, ଆଦିତ୍ୟ ପ୍ରୀତମ୍ ଦାସ, ସଂକୁନା କହଁର, କୁଳମଣି ସାହୁ ପ୍ରମୁଖ ଯୋଗ ଦେଇଥିଲେ।