Odiapua.com

ପିଲାମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ରକୁ ନିମ୍ନମାନର ଖାଦ୍ୟ ଯୋଗ।ଣକୁ କୈଫତ ତଲବ

ଯାଜପୁର୮।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ଥିବା ୭୨,୫୮୭ଅଙ୍ଗନବାଡି କେନ୍ଦ୍ରର  ୩୪,୬୫୧ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ନିଜର କିଛି ଭିତ୍ତିଭୂମି ନାଥିବା ସରକାରଙ୍‌ଙ୍କ ପକ୍ଷରୁ ସୁଚନା ମିଳିଛି ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ହୋଇଥିବା ଅନୀୟମିତତା କୁ ନେଇ ଆଦାଲତରେ ମାମଲା ବିଚାରଧିନ ଥିବାବେଳେ ପୁଣି ରାଜ୍ୟର ଯାଜପୁର ଜିଲ୍ଲାରେ ନିମ୍ନମାନର ଛତୁଆ ପରିବେଷଣ କୁ ନେଇ ରାଜ୍ୟ ସମାଜ କଲ୍ୟାଣ ବିଭାଗ ପକ୍ଷରୁ ନିମ୍‌ମ୍ନମାନର ଖାଦ୍ୟ ଯୋଗାଉଥିବା ସଂପୃକ୍ତ ସ୍ବୟଂ ସହାୟକ ଗୋଷ୍ଠୀଙ୍କଠାରୁ କୈଫିୟତ ତଲବ କରାଯାଇଛି। କାହିଁକି ସ୍ବୟଂ ସହାୟକ ଗୋଷ୍ଠୀ ବିରୋଧରେ ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍‌ଷ୍ଠାନ ଗ୍ରହଣ କରା ନଯିବ, ସେନେଇ ସନ୍ତୋଷଜନକ ଉତ୍ତର ଚିଠି ପାଇବାର ତିନି ଦିନ ମଧ୍ୟରେ ଦେବାକୁ କଡ଼ା ନିର୍ଦେଶ ଦିଆଯାଇଛି।ଯାଜପୁର ଜିଲ୍ଲାରେ ମୋଟ-୩୩୧ଟି ଗ୍ରାମପଞ୍ଚାୟତକୁ ନେଇ ଥିବା ୧୭୮୧ ଟି ଗ୍ରାମରେ ଥିବା ଅଙ୍ଗନବାଡି ଅଧିକାଂଶ କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ ପିଲ୍ଲାମାନଙ୍କ ପାଇଁ ଦିଆଯାଉଥିବାର ଅଭିଯୋଗଟି ସମାଜ କଲ୍ୟାଣ  ଅଧିକାରୀଙ୍କ ନଜକୁ ଆସିଛି ।  ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରକୁ ନିମ୍ନମାନର ଏବଂ ନିର୍ଧାରିତ ଓଜନଠାରୁ କମ ଓଜନର ଛତୁଆ ଯୋଗାଣ ଘଟଣାକୁ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଗୁରୁତର ସହ ନେଇଛି। ଏଥିପାଇଁ ସଂପୃକ୍ତ ସ୍ବୟଂ ସହାୟକ ଗୋଷ୍ଠୀଙ୍କଠାରୁ କୈଫିୟତ ତଲବ କରାଯାଇଛି। କାହିଁକି ସ୍ବୟଂ ସହାୟକ ଗୋଷ୍ଠୀ ବିରୋଧରେ ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରା ନଯିବ, ସେନେଇ ସନ୍ତୋଷଜନକ ଉତ୍ତର ଚିଠି ପାଇବାର ତିନି ଦିନ ମଧ୍ୟରେ ଦେବାକୁ କଡ଼ା ନିର୍ଦେଶ ଦିଆଯାଇଛି। ଗତ ୧ ତାରିଖରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଛତୁଆ ବଣ୍ଟନ ସମୟରେ କୁନ୍ଦଳ ଏବଂ ଦାଣ୍ଡ ହରିପୁର ଅଙ୍ଗନବାଡ଼ି କେନ୍ଦ୍ରରେ ଉପସ୍ଥିତ ରହି ଛତୁଆର ମାନ ପରଖ କରିଥିଲେ। ଏହି ସମୟରେ ଯେଉଁ ସବୁ ତ୍ରୁଟି ପରିଲକ୍ଷିତ ହୋଇଥିଲା ତାହା ତାଙ୍କୁ ଆଶ୍ଚର‌୍ୟ୍ୟ କରିଥିଲା। ଛତୁଆ ପ୍ରସ୍ତୁତ ପାଇଁ ଯେଉଁ ସବୁ ପ୍ରୋଟୋକଲ ଗ୍ରହଣ କରାଯାଇଛି ଅଙ୍ଗନବାଡି କେନ୍ଦ୍ରକୁ ପରିଚାଳନା କରୁଥିବା ସିଡିପିଓ ଓ ସୁପରଭାଇଜର ମାନେ ସପୃକ୍ତ ସ୍ୱୟଂ ସହାୟକ ଘୋଷ୍ଠିଙ୍କ ଦ୍ୱାରା ପ୍ରଭାବିତ ହୋଇ ଏପରି ନିମ୍ନମାନର ଖାଦ୍ୟକୁ କେନ୍ଦ୍ରମାନଙ୍କୁ ଯୋଗାଉବାକ ପରମିସନ୍ ଦେବା ଅଭି ଯୋଗ ସତ୍ୟ ହୋଇଥିବା ସମାଜ କଲ୍ୟାଣ ବିଭାଗ ଅଧିକାରୀ ସୁଚନା ଦେଇଛନ୍ତି । ୨୩.୯.୨୦୧୯ରେ ରାଜ୍ୟ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗରୁ ମିଶ୍ରଣ କାର‌୍ୟ୍ୟ ତଦନ୍ତ କରିବାକୁ ଆସିଥିବା ଅଧିକାରିଣୀ ବିଜୟଲକ୍ଷ୍ମୀ ଜେନାଙ୍କ ରିପୋର୍ଟ ଅନୁସାରେ ପ୍ଲାଣ୍ଟର ଖାତାପତ୍ର ଠିକ୍ ନଥିଲା। ସେମାନେ ଖାତାପତ୍ର ସନ୍ତୋଷଜନକ ଭାବେ ଦେଖାଇ ପାରି ନଥିଲେ। ଏହି ସବୁ କାରଣରୁ ଜିଲ୍ଲା ସମାଜ କଲ୍ୟାଣ ବିଭାଗରୁ ଚିଠି ନଂ ୨୦୭୩/୫.୧୧.୨୧୦୯ରେ ସାଇବାବା ସ୍ବୟଂ ସହାୟକ ଗୋଷ୍ଠୀକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ତିନି ଦିନ ମଧ୍ୟରେ କାହିଁକି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ‌ସେନେଇ କୈଫିୟତ ଦେବାକୁ ନିର୍ଦେଶ ରହିଛି।