Odiapua.com

ପିଲାବଦଳି ଘୋଟଣାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା

ବାରିପଦା ୧୮-୫ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ପିଲା ବଦଳି ଘଟଣାକୁ ନେଇ ପରିବାର ବର୍ଗ ଓ ସମ୍ପର୍କୀୟମାନଙ୍କଦ୍ୱାରା ଜିଲ୍ଲାପାଳଙ୍କ ଅଫିସ ଘେରାଉ ସହ ଭଙ୍ଗାରୁଜା। ଏଭଳି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ। ତେବେ ଗତ ୧୧ ତାରିଖ ଦିନ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଦେଖିବାକୁ ମିଳିଥିଲା ଏକ ସାଙ୍ଘାତିକ ତ୍ରୁଟି। ରଇବାରୀ ସିଂ ନାମକ ଦୁଇଟି ମହିଳା ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ ୦୫ ତାରିଖ ଦିନ କାର୍ତିକ ସିଂ ଓ ତାଙ୍କ ପତ୍ନୀ ରଇବାରୀ ସିଂ କୁ ଏକ ପୁତ୍ର ସନ୍ତାନ ଦେଇ ତାଙ୍କ ଡିସଚାର୍ଜ ଲେଟର ପ୍ରଦାନ କରାଯାଇଥିଲା। କିନ୍ତୁ ୧୧ ତାରିଖ ଦିନ ଅଚାନକ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କୁ ଅଚାନକ ଫୋନ ଜରିଆରେ ପିଲାକୁ ଟୀକା ଦିଆଯିବ କହି ମେଡିକାଲକୁ ଡକାଇଥିଲେ। କିନ୍ତୁ କିଛି ସମୟ ପରେ ତାଙ୍କ ଶିଶୁଟିର ମୃତ୍ୟୁ ହୋଇଯାଇଥିବା କହି ସୂଚନା ଦେଇଥିଲେ। ଏହାକୁ ନେଇ ୧୧ ତାରିଖ ଦିନ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ବର୍ତମାନ ଦୁଇ ରଇବାରୀ ସିଂ ଜନ୍ମ ଦେଇଥିବା ଦୁଇଟି ଶିଶୁ ମଧ୍ୟରୁ ଜଣକର ମୃତ୍ୟୁ ହୋଇସାରିଛି। ଏହି ସମ୍ବନ୍ଧରେ ସୁପରିଟେଣ୍ଟେଣ୍ଟ ଦୁଇ ଶିଶୁ ଓ ଦୁଇ ମାତା ପିତାଙ୍କର DNA ଟେଷ୍ଟ ପରେ ଜୀବିତ ଶିଶୁଟିର ପ୍ରକୃତ ମା ବାପାଙ୍କ ପରିଚୟ ମିଳିପାରିବା କଥା କହିଥିଲେ। ପରିବାର ପକ୍ଷରୁ ଏହାର ସଠିକ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିବା କଥା କହିଛନ୍ତି ପରିବାର ଲୋକେ।

ତେବେ ଏହି ଘଟଣାକୁ ୦୭ ଦିନ ଅତିକ୍ରମ ହୋଇଯାଇ ସାରିଥିଲେ ସୁଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ଉତ୍ତର ନ ମିଳିବାରୁ ଆଜି ଜାମ୍ବଣି ଗ୍ରାମର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏହି ପାଟିତୁଣ୍ଡ ବେଳେ ମହିଳାମାନେ ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ ପତି ଓ ଜିଲ୍ଲାପାଳଙ୍କ ସୁରକ୍ଷା କର୍ମୀଙ୍କୁ ଧକ୍କା ମାରୁଥିବାର ଓ ବାଡ଼ିରେ ପିଟିବା ଭଳି ଦୃଶ୍ୟ ଦୃଷ୍ଟି ଗୋଚର ହୋଇଥିଲା।

ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୋଦ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପୋଲିସ ଛାଉଣୀରେ ପରିବର୍ତ୍ତନ କରିଥିବାର ଦେଖିବାକୁ ମିଳିଥିଲା। ତେବେ ଉତ୍ୟକ୍ତ ମହିଳା ମାନଙ୍କୁ ଦୁଇଟି ପୋଲିସ ଭ୍ୟାନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ପୋଲିସ ଉଠାଇ ନେଇଥିବା ବେଳେ ଘଟଣା ସଂକ୍ରନ୍ତରେ ଗଣମାଧ୍ୟମକୁ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ କିମ୍ବା ଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।