Odiapua.com

ପିରହାଟ ବଜାର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ, ୪ ଗିରଫ

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେଞ୍ଜ ଇନ୍ସପେକ୍ଟର ଅନିତା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ଧ୍ୟାରାଣୀ ଦାସ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ତିହିଡି଼ ଥାନା ଏବଂ ପିରହାଟ ଥାନା ଅନ୍ତର୍ଗତ ପିରହାଟ, କାନପୁର, ବାହାର ପାଳ ଓ ସାନ୍ତରାପୁର (ଛନ୍ଦା ସାହି) ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ୧୦ ଲିଟର ବିଦେଶୀ ମଦ ଏବଂ ୩୦ ଲିଟର ଆସ୍କା ଫର୍ଟି ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ପିରହାଟ ଅଞ୍ଚଳର ସରତ କୁମାର ସାହୁ, ନିରଞ୍ଜନ ନାୟକ, ବାହାର ପାଳ ଗ୍ରାମର ଅକ୍ଷୟ ତ୍ରିପାଠୀ ଓ ସାନ୍ତରାପୁର (ଛନ୍ଦା ସାହି) ଗ୍ରାମର ଖଗେଶ୍ୱର ମଲିକ ଗିରଫ ହୋଇଛନ୍ତି । ଉକ୍ତ ଚଢାଉରେ ସବ୍‌ଇନ୍ସପେକ୍ଟର ସନ୍ତୋଷ ବଳ, ଏ.ଏସ୍‌.ଆଇ ଦୀପକ ରାଉତ, ପ୍ରହଲ୍ଲାଦ ସାମଲ ଓ ରମେଶ ନାୟକ, କନେଷ୍ଟବଳ ସଞ୍ଜୟ ପାତ୍ର, ଅଜିତ କୁମାର ସିଙ୍କୁ, ରୁଦ୍ରନାରାୟଣ ଦାସ, ସୁଦର୍ଶନ ପଲ୍ଲାଇ, ଜେମାମଣି ଯାମୁଦା, ଶୁଭ୍ରାମିନି ଦାସ ପ୍ରଭୃତି ସାମିଲ ଥିଲେ । ଏନେଇ ତିହିଡି଼ ଅବକାରୀ ଥାନା ପକ୍ଷରୁ ୩ ଗୋଟି ମାମଲା କେଶ୍ ନମ୍ବର ୪୦, ୪୧ ଏବଂ ୪୨/୨୩ ରେ ରୁଜ୍ଜୁ କରାଯାଇଛି ଏବଂ ଭଦ୍ରକ ରେଞ୍ଜ ପକ୍ଷରୁ ୦୧ ଗୋଟି ମାମଲା ରୁଜୁ କରାଯାଇଛି ।