Odiapua.com

ପିରହାଟରେ ଭାଜପାର ଗରିବ କଲ୍ୟାଣ ଜନ ସଭା, ରାଜ୍ୟରେ ୫୦ ପ୍ରତିଶତ ମହିଳାମାନଙ୍କ ପାଇଁ କାମ ନାହିଁ – ଅପରାଜିତା ଷଡ଼ଙ୍ଗୀ

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡି ବ୍ଲକର ପିରହାଟ ସ୍ଥିତ ବାସନ୍ତୀ ପଡିଆରେ ଭାଜପାର ସେବା ସୁଶାସନ ଓ ଗରିବ କଲ୍ୟାଣ ଯୋଜନାକୁ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ଜନସଭା ଓ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ବର୍ଷ ଶାଶନର ପୂର୍ତ୍ତି ଉପଲକ୍ଷେ ଭାଜପା ଲଙ୍କେଶ୍ୱରୀ ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ଏହି ସମାବେଶରେ ବରିଷ୍ଠ ନେତା ମୁକ୍ତିକାନ୍ତ ନାୟକ ପୌରୋହିତ୍ୟ କରିଥିଲେ । ରାଜ୍ୟ ସଭାପତି ମନମୋହନ ସାମଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାର ଜଳସେଚନ ବ୍ୟବସ୍ଥାର ଉପଯୋଗ କରି ପାରି ନଥିବାରୁ ଚାଷୀମାନେ ଏଥିରୁ ସୁଫଳ ପାଇ ପାରୁନାହାନ୍ତି । ଯୁବ ଗୋଷ୍ଠୀଙ୍କୁ ସରକାର ବିପଥଗାମୀ କରୁଛନ୍ତି । ଯାହାର ପ୍ରମାଣ ଗତ ସାଧାରଣ ନିର୍ବାଚନରେ ପୀରହାଟର ମଦମୃତ୍ୟୁ ଘଟଣାରୁ ସ୍ପଷ୍ଟ ହୋଇଥିଲା । ଆଗାମୀ ନିର୍ବାଚନରେ ବିଜେପି ସରକାର ଗଢ଼ିଲେ ଚାଷୀଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଓ ବୋନସ ୫୦୦ଟଙ୍କା ଲେଖାଲଏଁ ଯୋଗାଇ ଦେବା ସହ ବେକାରୀ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏଥିରେ ଯୋଗଦେଇ କହିଥିଲେ ଯେ, ରାଜ୍ୟରେ ମିଶନ ଶକ୍ତି ଦୀର୍ଘ ବର୍ଷ ହେଲା ଚାଲିଥିବା ବେଳେ ୫୦ପ୍ରତିଶତ ମହିଳାଙ୍କ ହାତରେ କାମ ନାହିଁ ।

୨୩ବର୍ଷ ବିଜେଡିର ଶାଶନ କାଳ ଭିତରେ ରାଜ୍ୟରେ କାହିଁକି ଅଗ୍ରଗତି ଘଟିନାହିଁ ବୋଲି ସେ ପ୍ରଶ୍ନ ଉଠାଇଥିଲେ । ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ଥିବାବେଳେ ତାଙ୍କ ବ୍ୟକ୍ତିଗତ ସଚିବ ଚାରିଆଡେ ଘୂରିବୁଲିବା ଦୁର୍ଭାଗ୍ୟଜନକ ବୋଲି ସାଂସଦ ଷଡଙ୍ଗୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲା ସଭାପତି ହେମନ୍ତ ପାଢୀ, ବଦ୍ରିନାରାୟଣ ଧଳ, ଡା.ପ୍ରଦୀପ ନାୟକ, ଉଦୟ ନାରାୟଣ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଯୁବନେତା ସଂଗ୍ରାମ କେଶରୀ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କଳ୍ପନା ଜେନା, ମଣ୍ଡଳ ସଭାପତି ରାଜାରାମ ମହାକୁଡ଼, ଜିଲା ସମ୍ପାଦକ ଶଶିକାନ୍ତ ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲିକ, ବରିଷ୍ଠ ନେତା ଦୁର୍ଗାଚରଣ ନାୟକ, ରଘୁନାଥ ପାତ୍ର, ଉମାକାନ୍ତ ଦାସ, ଦେବେନ୍ଦ୍ର ପୁହାଣ, କାହ୍ନୁଚରଣ ବେହେରା, ଉପେନ୍ଦ୍ର ରାଉଳ, ପ୍ରଦୀପ କୁମାର ନାୟକ, ସରପଞ୍ଚ ପ୍ରଦୀପ ବଳ, ଚକ୍ରଧର ଦାସ, ଦିପ୍ତୀମୟୀ ନାୟକ, କ୍ଷୀରାବ୍‌ଧି ତନୟା, ସୀମାରାଣୀ ବାରିକ, ଯୁବନେତା ମନୋଜ ପାଣିଗ୍ରାହୀ, ସୀତାକାନ୍ତ ନାୟକ, ମାଳତୀଲତା ସାହୁ, ଅନୀତା ରାଉତ, ବନ୍ଦନାବାସିନୀ କର ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ଆସନ୍ତା ବିଧାନସଭା ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ । ଶେଷରେ ଯୁବନେତା ସନାତନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସମାବେଶରେ ସହସ୍ରାଧିକ ମହିଳାଙ୍କ ଯୋଗଦାନ ଦଳୀୟ ନେତାଙ୍କୁ ଉତ୍ସାହିତ କରିଥିଲା ।