Odiapua.com

ପିପିଲି ନିର୍ବାଚନ ନେଇ ବିଜେପିର ଜୋରଦାର ପ୍ରଚାର

ପିପିଲି ୨୨ ସେପ୍ଟେମ୍ବର (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପିପିଲି ନିର୍ବାଚନ ନେଇ ବିଜେପିର ଜୋରଦାର ପ୍ରଚାର। ପିପିଲି ଏନଏଏସିର ବିଭିନ୍ନ ଓ୍ଵାର୍ଡରେ ବିଜେପି ରାଷ୍ଟ୍ରିୟ ପ୍ରବକ୍ତା ସମ୍ଵିତ ପାତ୍ର ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପାଇଁ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରିଛନ୍ତି। ବିଜେପି ପ୍ରତି ବହୁମତ ଦେଇ ବିଜେପି ପ୍ରାର୍ଥୀକୁ ବିଜୟ କରିବାକୁ ଭୋଟରଙ୍କୁ କରିଛନ୍ତି ନିବେଦନ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ସୁଯୋଗ ଦେଇ ପିପିଲି ବିକାଶ ଦିଗରେ ଭାଗିଦାରୀ ହେବାକୁ କରିଛନ୍ତି ନିବେଦନ। ବିଶେଷକରି ସରକାରଙ୍କ ଜନହିତକାରୀ ଯୋଜନା ବାଟମାରଣା ହେଉଥିବାର ନଗ୍ନ ଚିତ୍ର ପିପିଲିରେ ଦେଖିବାକୁ ମିଳୁଥିବା ବେଳେ ପିପିଲିରେ କଣ ବିକାଶ ହୋଇଛି ବୋଲି ବିଜେଡିକୁ ଟାର୍ଗେଟ କରିଛନ୍ତି ସମ୍ଵିତ। ୩୫ ବର୍ଷ ଧରି ପିପିଲିରେ କୌଣସି ବିକାଶ କାର୍ଯ୍ୟ ବିଜେଡି କରିନାହିଁ ବୋଲି ସମ୍ଵିତ କହିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତଙ୍କ ପ୍ରତି ଭଲ ପାଇବା ଭୋଟ ବ୍ୟାକ୍ସ ରେ ଦେଖିବାକୁ ମିଳିବ ବୋଲି ପ୍ରତିକିୟା ରଖିଛନ୍ତି ସମ୍ଵିତ।

ସେହିପରି କଂଗ୍ରେସ ପ୍ରାର୍ଥୀ ପିପିଲିର ଭୋଟର ଏଥର କଂଗ୍ରେସ ପ୍ରତି ସମର୍ଥନ ଜାରି ରଖିବେ, ବିଗତ ଦିନମାନଙ୍କରେ ପିପିଲି ର ଯାହା କିଛି ଉନ୍ନତି କାର୍ଯ୍ୟ ହୋଇଛି ତାହା କଂଗ୍ରେସ କରିଛି, ଏଥର ପିପିଲି ଭୋଟର ସବୁକିଛି ପରିତ୍ୟାଗ କରି କଂଗ୍ରେସକୁ ସହଯୋଗ କରି ନିର୍ଵାଚିତ କରିବେ ବୋଲି ଆଶା ରଖିଛନ୍ତି।