Odiapua.com

ପିପିଲି ଉପ ନିର୍ବାଚନ ମତଦାନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ

ପୁରୀ – ୩୦.୦୯ (ଓଡ଼ିଆ ପୁଅ) – ଶାନ୍ତି ଶୃଙ୍ଖଳାର ସହ ପିପିଲି ଉପ ନିର୍ବାଚନ ମତଦାନ ଅନୁଷ୍ଠିତ ହୋଇଛି। ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଶତକଡା ୬୮.୪ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନରେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟର ମାନେ ନିର୍ଦ୍ଧାରଣ କରିଛନ୍ତି। ପୋଲିଂ ପାର୍ଟିମାନେ ଧିରେ ଧିରେ ଫେରିବା ଆରମ୍ଭ କରିଛନ୍ତି। ଇଭିଏମ ଏବଂ ଅନ୍ୟାନ୍ୟ ସାମଗ୍ରୀ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯାଞ୍ଚ କରି ରଖାଯିବ। ତୁରନ୍ତ ଇଭିଏମ୍ ଗୁଡିକୁ ପେଣ୍ଠକଟା ୱେର ହାଉସ ଷ୍ଟ୍ରଙ୍ଗରୁମରେ ରଖାଯିବ। ଆସନ୍ତା ୩ ତାରିଖରେ ଭୋଟଗଣତି କରାଯିବ।