Odiapua.com

ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ଆସନ୍ତା କାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ୨୪/୦୯ (ଓଡ଼ିଆ ପୁଅ) : ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଶ୍ରୀ ଆଶ୍ରୀତ ପଟ୍ଟନାୟକଙ୍କ ସପକ୍ଷରେ ପ୍ରଚାର ପାଇଁ ଆସନ୍ତା କାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାଲି ସକାଳେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପଣ୍ଡିତ ଦୀନଦୟାଲ ଉପଧ୍ୟାୟଙ୍କ ୧୦୬ତମ ଜୟନ୍ତୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେବା ପରେ ପିପିଲି ଅଭିମୁଖେ ଗସ୍ତ କରିବେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସକାଳ ୧୦.୩୦ରେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ମଧୁପୁର (ପୁବାଶାସନ)ରୁ ପ୍ରଚାର ଆରମ୍ଭ କରି ପିପିଲି ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ସ୍ଥାନ ଗସ୍ତ କରିବେ।