Odiapua.com

ପିପିଲିରେ ରାଜନୈତିକ ହିଂସା : ଦୁର୍ବୁତ୍ତ ପୋଡିଲେ ପିପିଲିରେ ଥିବା କଂଗ୍ରେସର କାର୍ଯ୍ୟାଳୟ

ପୁରୀ ୨୧ -୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁଣି ଅଶାନ୍ତ ଆଡକୁ ଯାଉଛି ପିପିଲି ପୌର ନିର୍ବାଚନ। ଦେଖା ଦେଲେଣି ରାଜନୈତିକ ହିଂସା। ଆକ୍ରୋଶର ଶିକାର ହୋଇଛି କଂଗ୍ରେସର ପାର୍ଟି ଅଫିସ। ପିପିଲି NAC ୭ ନମ୍ବର ୱାର୍ଡ ଭିତରେ ହୋଇଥିବା କଂଗ୍ରେସ କ୍ୟାମ୍ପକୁ ବିଳମ୍ବିତ ରାତିରେ ପୋଡି ଦେଇଛନ୍ତି ଦୁର୍ବୁତ୍ତ। କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ ଗୁଣନିଧି ପ୍ରଧାନ କରିଥିବା କଂଗ୍ରେସ କାର୍ଯ୍ୟାଳୟକୁ କେହି ଦୁର୍ବୁତ୍ତ ଗତକାଲି ରାତି ନିଆଁ ଲଗାଇ ଦେଇଥିବା ଜଣାପଡିବାରେ ଉତ୍ତେଜନା ଦେଖାଦେଇଛି। ତେବେ ଅଭିଯୁକ୍ତ ତୁରନ୍ତ ଗିରଫ କରିବକୁ କଂଗ୍ରେସ ଦାବି କରିଛି। ସେପଟେ ପିପିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପରିସ୍ଥିତି ଉପରେ କଡା ନଜର ରଖାଯାଇଛି।