Odiapua.com

ପିପିଟି ହସପିଟାଲରେ ଦୁଇଟି ଉନ୍ନତମାନର ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଉପକରଣ ଲୋକାର୍ପିତ

ଜଗତସିଂପୁର-୧/୬-( ଓଡିଆ ପୁଅ/ନୃସିଂହ ଚରଣ ବାରିକ)-ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ହସପିଟାଲରେ ରୋଗୀଙ୍କ ପାଇଁ ଗୋଟିଏ ଉନ୍ନତମାନର ଅତ୍ୟାଧୁନିକ ଏକ୍ସରେ ମେସିନ ଓ ଆଉ ଗୋଟିଏ ବାୟୋ କେମେଷ୍ଟ୍ରି ଅଟୋ ଆନାଲାଇଜର ମେସିନ ଆଜି ପୂର୍ବାହ୍ନରେ ବନ୍ଦର ପ୍ରଶାସନ ପକ୍ଷରୁ ଲୋକାର୍ପିତ ହୋଇଛି। ବନ୍ଦର ଅଧ୍ୟକ୍ଷ ଶ୍ରୀ ରିଙ୍କେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦୁଇଟି ମେସିନର ଶୁଭ ଉଦ୍ଘାଟନ କରିଥିଲେ। ଡେପୁଟି ଚେୟାରମ୍ୟାନ୍ ଏ କେ ବୋଷ, ଡେପୁଟି ଚିଫ୍ ଇଞ୍ଜିନିୟର ହିମାଂଶୁ ଶେଖର ରାଉତ, ଚିଫ୍ ମେଡିକାଲ ଅଫିସର ପି ପଣ୍ଡା ଏବଂ ହସପିଟାଲର ଅନ୍ୟ କର୍ମଚାରୀମାନଙ୍କ ଉପସ୍ଥିତରେ ଅଧ୍ୟକ୍ଷ ଶ୍ରୀ ରାୟ ଏହାକୁ ଉତ୍ସର୍ଗ କରିଥିଲେ। ରୋଗୀଙ୍କୁ ଯେକୌଣସି ପରୀକ୍ଷା ପାଇଁ ମେସିନ ପାଖକୁ ନିଆଯାଉଥିଲା। ଏଣିକି ଏହି ଏକ୍ସରେ ମେସିନ ରୋଗୀର ବେଡ୍ ପାଖରେ ସମସ୍ତ ପରୀକ୍ଷା ସମ୍ପାଦନ କରିପାରିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ହସପିଟାଲରେ ଥିବା କୌଣସି ସ୍ବାସ୍ଥ୍ୟ ଉପକରଣ ଅଚଳ ହୋଇଗଲେ ମଧ୍ୟ ପୂର୍ବ ପରି ରୋଗୀ ସ୍ବାସ୍ଥ୍ୟ ସେବା ପରୀକ୍ଷଣ ରୁ ଆଦୌ ବଞ୍ଚିତ ହେବନି। ଏହି ଅତ୍ୟାଧୁନିକ ମେସିନ ଆସିବା ଦ୍ବାରା ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ହସପିଟାଲ ଉପରେ ନିର୍ଭରଶୀଳ ବାହାର ରୋଗୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।