Odiapua.com

ପିତୃପକ୍ଷ ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ

ପୁରୀ ୧୧-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ବ୍ୟାପି ପିତୃପକ୍ଷ ଦିବସ ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ନିଜର ପିତୃପୁରୁଷଙ୍କ ମୋକ୍ଷ ଓ ଶାନ୍ତି ପାଇବା ଉଦ୍ଦେଶ୍ୟରେ ଏହି ପୂଜା ଵିଧି ପରମ୍ପରା ଥିବା ବେଳେ ଧରି ପରିବାରର ସର୍ବ କଲ୍ୟାଣ ଉଦ୍ଦେଶ୍ୟରେ ଏହା କରାଯାଇଥାଏ ବୋଲି ବିଶ୍ୱାସ କରାଯାଏ। ଫୁଲ, ରାଶି, ଚାଉଳ ଆଦି ବିଭିନ୍ନ ଦ୍ରବ୍ୟ ବ୍ୟବହାର କରାଯାଇ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଶ୍ତ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ଏହି ପିତୃପକ୍ଷ ତର୍ପଣ ପୂଜା କରାଯିବାର ନଜିର ରହିଛି। ଏଣୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରିଣୀ ରେ ଶ୍ରଦ୍ଧାଳୁ ଭିଡ଼ ଲାଗି ରହିଛି।