Odiapua.com

ପିଡବ୍ଲ୍ୟୁଏସ ଫୋରମ୍ ପକ୍ଷରୁ ଆଲୋଚନା ଚକ୍ର

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରୋଟାରୀ କ୍ଲବ୍ ଆନୁକୂଲ୍ୟରେ ପିପୁଲ ୱେଲଫେୟାର ସଜେସନ ଫୋରମ୍ ପକ୍ଷରୁ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଗରିବ ବିହୀନ ଓଡ଼ିଶା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ରୋଟାରୀ କ୍ଲବ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଫୋରମ୍ ଅଧ୍ୟକ୍ଷ ନନ୍ଦନନ୍ଦନ ଦାସ ଆଲୋଚନା ଚକ୍ରର ଆଭିମୁଖ୍ୟ ଓ କାର୍ଯ୍ୟକାରିତା ନେଇ ନିଜର ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଫଏମ୍ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଦେବେନ୍ଦ୍ରନାଥ ରାଉତ, ଡ. ସୁଧିରଂଜନ ନାୟକ, ଇଂ କମଳାକାନ୍ତ ବେହେରା, ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ସାମ୍ବାଦିକ ପ୍ରତାପ ଦାସ, ପ୍ରମୋଦ ରାୟ, ଦୁର୍ଗା ବିଶ୍ୱାଳ, ରବିନାରାୟଣ ଖିଲାର, ତପନ ମିଶ୍ର, ନରେନ୍ଦ୍ର ସାମଲ, ପ୍ରଭାତ ଦାସ, ସ୍ୱତ୍ୟଭୂଷଣ ସ୍ୱାମୀ, ଶ୍ରୀକାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ରୋଟାରିୟାନ ପ୍ରଣବ ସାହୁ ଧନ୍ୟବାଦ ଦେଇଥିଲେ ।